କ୍ରାଇମବ୍ରାଂଚ୍ ଖୋଜିବ ରାନସମୱେର ଭାଇରସର ଚେର ! ୩ଜଣିଆ ଟିମର ଖୋଳତାଡ ଆରମ୍ଭ

24

କନକ ବ୍ୟୁରୋ: ୟୁରୋପ, ଆମେରିକା, ଚୀନ ଓ ଋଷ ପରେ ଭାରତରେ ଭାଇରସ ଆତଙ୍କ । ବିଭିନ୍ନ ମହଲରେ ଏହା ଚିନ୍ତା ବଢାଉଥିବା ବେଳେ ପ୍ରଥମ କରି ୱାନାକ୍ରାୟ ରାନସମୱେର ଭାଇରସ ଓଡିଶାକୁ ଟାର୍ଗେଟ କରିଛି । ବ୍ରହ୍ମପୁରର ସିଟି ହସ୍ପିଟାଲର କମ୍ପ୍ୟୁଟରକୁ ଏହି ଭାଇରସ ଆକ୍ରାନ୍ତ କରିଛି । ଏଥିସହ କମ୍ପ୍ୟୁଟରରେ ଥିବା ସମସ୍ତ ତଥ୍ୟକୁ ହ୍ୟାକ୍ କରିନେଇଛନ୍ତି ବିଦେଶୀ ହ୍ୟାକର ଏହାର କିଛି ସମୟ ପରେ ନିକଟସ୍ଥ ପୁରୁଷୋତମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କମ୍ପ୍ୟୁଟରକୁ ମଧ୍ୟ ଏହି ଭାଇରସ ଆକ୍ରାନ୍ତ କରିିଛି ।

ଏହି ଦୁଇଟି ଘଟଣା ଏବେ ଚିନ୍ତାର କାରଣ ପାଲଟିଥିବା ବେଳେ ମାମଲାର କ୍ରାଇମବ୍ରାଂଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ସରକାରଙ୍କ ନିର୍ଦେଶ ପରେ କ୍ରାଇମବ୍ରାଂଚ ଏହାର ତଦନ୍ତ ଭାର ଗ୍ରହଣ କରିଛି । ୩ ଜଣିଆ ପୁଲିସ ଟିମ୍ ଗଠନ କରାଯାଇଛି । ସାଇବର ଥାନା ପକ୍ଷରୁ ଭୟଭୀତ କରାଇ ବଟି ମାଗିବା ମାମଲା ରୁଜୁ ହୋଇଛି ।