ଭାରତୀୟ ମହିଳା ହକି ଦଳରେ ଓଡିଆଙ୍କ ଦବଦବା! ଲଣ୍ଡନରେ ଆୟୋଜିତ ହେବାକୁ ଥିବା ମହିଳା ହକି ବିଶ୍ୱକପରେ ୪ ଓଡିଆଙ୍କୁ ମିଳିଲା ସ୍ଥାନ

62

କନକ ବ୍ୟୁରୋ : ଆସନ୍ତା ଜୁଲାଇ ୨୧ ତାରିଖରୁ ଲଣ୍ଡରେ ଖେଳାଯିବ ମହିଳା ହକି ବିଶ୍ୱକପ ୨୦୧୮ । ଏଥିପାଇଁ ଘୋଷଣା ହୋଇଛି ଭାରତୀୟ ମହିଳା ହକି ଦଳ ତାଲିକା । ୧୮ ଜଣିଆ ଏହି ଖେଳାଳି ତାଲିକାରେ ସ୍ଥାନ ପାଇଛନ୍ତି ୪ ଓଡିଆ ଖେଳାଳି । ସେମାନେ ହେଲେ ସୁନିତା ଲାକ୍ରା, ଲିଲିମା ମିଞ୍ଜ, ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋ । ବିଶ୍ୱକପ୍ ପାଇଁ ଭାରତୀୟ ମହିଳା ହକି ଦଳରେ ଏହି ୪ ଜଣ ସ୍ଥାନ ପାଇ ଓଡିଶାର ନାଁ ଗୌରାବନ୍ୱିତ କରିଛନ୍ତି ।

ପ୍ରତିଯୋଗିତାର ପୁଲ ‘ବି’ରେ ଭାରତୀୟ ମହିଳା ଦଳ ଆୟୋଜକ ତଥା ବିଶ୍ୱର ଦ୍ୱିତୀୟ ସ୍ଥାନରେ ଥିବା ଦଳ ଇଂଲଣ୍ଡ, ୭ମ ସ୍ଥାନରେ ଥିବା ଆମେରିକା ଏବଂ ୧୬ତମ ବିଶ୍ୱ ର୍ୟାକିଂ ରେ ଥିବା ଆୟରଲ୍ୟାଣ୍ଡକୁ ଭେଟିବ ଭାରତୀୟ ମହିଳା ହକି ଦଳ । ତେବେ ଏହି ୧୮ ଜଣ ତାଲିକାରେ ରହିଛନ୍ତି ।

ଗୋଲକିପର: ସବିତା( ଉପ-ଅଧିନୟକ), ରଜନୀ ଏତିମାରପୁ

ଡିଫେଣ୍ଡରର୍ସ: ସୁନିତା ଲାକ୍ରା, ଦୀପଗ୍ରେସ ଏକ୍କା, ଦୀପିକା, ଗୁରୁଜୀତ କୌର, ରୀନା ଖୋଖାର

ମିଡଫିଲ୍ଡର୍ସ: ନମିତା ଟପ୍ପୋ, ଲିଲିମା ମିଞ୍ଜ, ମୋନିକା, ନେହା ଗୋୟେଲ, ନବଜୋତ କୌର, ନିକି ପ୍ରଧାନ

ଫରୱାର୍ଡସ: ରାନି (ଅଧିନାୟକ), ବନ୍ଦନା କଟାରିୟ, ନବନୀତ କୌର, ଲାଲରେମସିଆମି ଓ ଉଦିତା ।

ଆସନ୍ତା ଜୁଲାଇ ୨୧ ରୁ ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ଲଣ୍ଡନ ଠାରେ ଖେଳାଯିବ ଏହି ମହିଳା ହକି ବିଶ୍ୱକପ ପ୍ରତିଯୋଗିତା । ଆସନ୍ତା ଜୁଲାଇ ୨୧ ତାରିଖରୁ ଅଗଷ୍ଟ ୫ ତାରିଖ ଯାଏଁ ଲଣ୍ଡନରେ ଖେଳାଯିବ ମହିଳା ହକି ବିଶ୍ୱକପ୍ । ତେବେ ସ୍ଥାନ ପାଇଥିବା ଏହି ୪ ଜଣ ଓଡିଆ ଖେଳାଳିଙ୍କ ଉପରେ ରାଜ୍ୟ ଓ ଦେଶବାସୀଙ୍କ ଆଶା ଅନେକ ରହିବ ବୋଲି ଆଶା କରାଯାଉଛି ।