ରଙ୍ଗଲାଲ୍ ଜାମୁଡା ହେଲେ ଓଡିଶା ଫୁଡ୍ କମିଶନ ଅଧ୍ୟକ୍ଷ

93

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଓଡିଶା ଫୁଡ୍ କମିଶନ ଅଧ୍ୟକ୍ଷ ହେଲେ ରଙ୍ଗଲାଲ୍ ଜାମୁଡା । ୧୯୮୧ ବ୍ୟାଚ୍ ଓଡିଶା କ୍ୟାଡର ଆଇଏଏସ ହେଉଛନ୍ତି ଜାମୁଡା । ସେ ପୂର୍ବରୁ କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରାଳୟ ସଚିବ ଥିଲେ । ଫୁଡ୍ କମିଶନ ଅଧ୍ୟକ୍ଷ ରଙ୍ଗଲାଲ୍ ଜାମୁଡାଙ୍କୁ ମୁଖ୍ୟ ସଚିବ ପାହ୍ୟା ସୁବିଧା ମିଳିବ । ସେହିପରି ମନୋଜ କୁମାର ପଣ୍ଡା ଓ ସିପ୍ରା ମଲ୍ଲିକ କମିଶନ ସଦସ୍ୟ ନିଯୁକ୍ତ ହୋଇଛନ୍ତି । ତାଂକୁ ପ୍ରମୁଖ ସଚିବ ପାହ୍ୟାର ସୁବିଧା ମିଳିବ । ତିନିଜଣଙ୍କ ନିଯୁକ୍ତି ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।