ପୁଣିଥରେ ଇତିହାସ ରଚିବ ଓଡିଶାର ସଂସ୍କୃତିର ଗାଥା ଗାଉଥିବା ରଙ୍ଗବତୀ ଗୀତ !

46

କନକ ବ୍ୟୁରୋ : ଓଡିଶାର ସଂସ୍କୃତିର ଗାଥା ଗାଉଥିବା ରଙ୍ଗବତୀ ଗୀତ ପୁଣିଥରେ ଇତିହାସ ରଚିବାକୁ ଯାଉଛି । ଚଳିତଥର ବଲିଉଡର ପ୍ରଚ୍ଛଦପଟ୍ଟ ଗାୟକ ଶଙ୍କର ମହାଦେବନ ଏହାକୁ ଗାଇବେ ଏବଂ ଶୁଣିବେ ସମଗ୍ର ଏସିଆ ମହାଦେଶ । ଆସନ୍ତାକାଲି ଆରମ୍ଭ ହେବାକୁ ଥିବା ଏସିଆନ ଆଥଲେଟିକ୍ସର ୨୨ତମ ସଂସ୍କରଣରେ ଏହି ଗୀତକୁ ବୋଲିବେ ଶଙ୍କର ।

ଗତକାଲି ଏନେଇ କଳିଙ୍ଗ ଷ୍ଟାଡିୟମରେ ଅଭ୍ୟାସ କରିଛନ୍ତି ଶଙ୍କର ମହାଦେବନ । ତାଙ୍କ ସହିତ ଜେନିଥ୍ ଡ୍ୟାନ୍ସ ଗ୍ରୁପ୍ ଓ କିସର ଛାତ୍ରଛାତ୍ରୀମାନେ ଏହି ଗୀତର ତାଳେ ତାଳେ ନାଚିବେ । ଶଙ୍କର ଅଭ୍ୟାସ କରୁଥିବାବେଳେ ରଙ୍ଗବତୀର ମୂଳ ଗାୟକ ଜିତେନ୍ଦ୍ରିୟ ହରିପାଲ ଓ କ୍ରିଷ୍ଣା ପଟେଲ, ଶଙ୍କରଙ୍କୁ ଭେଟିଥିଲେ ।