କଣ୍ଠଶିଳ୍ପୀ ପ୍ରଜ୍ଞାପାତ୍ରଙ୍କ ରଙ୍ଗବତୀ ଗୀତ : କଦର୍ଥ ହୋଇଥିବା ଦର୍ଶାଇ ବିଭିନ୍ନ ସଂଗଠନ କଲେ ପ୍ରତିବାଦ

92

କନକ ବ୍ୟୁରୋ : ସମୁଦ୍ର କୂଳରେ ରଙ୍ଗବତୀ….ନୁଆ ରୂପରେ ରଙ୍ଗବତୀ । ପୁରୀ ବେଳାଭୂମିରେ କଣ୍ଠଶିଳ୍ପୀ ପ୍ରଜ୍ଞାପାତ୍ରଙ୍କ ରଙ୍ଗବତୀ ଗୀତ ଏବେ ସୋସିଆଲ ମିଡିଆରେ ଭାଇରାଲ। ହେଲେ ଏହାକୁ ନେଇ ଏବେ ଆପତି ଉଠାଇଛନ୍ତି ସମ୍ବଲପୁରୀ କଣ୍ଠଶିଳ୍ପୀ। ସେପଟେ ଆଇନର ଆଶ୍ରୟ ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି ରଙ୍ଗବତୀର ସଙ୍ଗୀତ ନିର୍ଦ୍ଦେଶକ।

ସେପଟେ ଗୀତକୁ ନେଇ କନକ ନ୍ୟୁଜକୁ ପ୍ରତିକ୍ରିୟା ଦେଇଛନ୍ତି ଗାୟିକା ପ୍ରଜ୍ଞା ପାତ୍ର । କହିଛନ୍ତି ରଙ୍ଗବତୀର ଗୀତର ଆଧୁନିକ ଧୁନରେ ତାଙ୍କର କୈାଣସି ମନ୍ଦ ଉଦେଶ୍ୟ ନାହିଁ। ବର୍ଷକ ତଳେ ମଧ୍ୟ ରଙ୍ଗବତୀକୁ ନେଇ ସୃଷ୍ଟି ହୋଇଥିଲା ବିବାଦ। କୋକ ଷ୍ଟୁଡିଓରେ ରଙ୍ଗବତୀର ରିମେକ କରି ବିବାଦୀୟ ହୋଇଥିଲେ ଗାୟିକା ସୋନା ମହାପାତ୍ର।
ମୂୂଳ ରଙ୍ଗବତୀ ଗୀତର କପି ରାଇଟକୁ ନେଇ ଏବେ ମାମଲା କୋର୍ଟରେ। ସେପଟେ ଏହି ବିବାଦକୁ ପୁଣି ଏକ ନୂଆ ମୋଡ ଦେଇଛି ପ୍ରଜ୍ଞାଙ୍କ ରଙ୍ଗବତୀ ।