ଶିକ୍ଷକ ସାଜିଛନ୍ତି ସରକାର । ମାଗଣାରେ ପାଠ ପଢାଇବା ସହ ଛାତ୍ରଛାତ୍ରୀଙ୍କ ଦେଉଛନ୍ତି ବହି, ଖାତା, ପୋଷାକ ଓ ସ୍କୁଲବ୍ୟାଗ ।

53

ବାପା-ମାଆଙ୍କ ସବୁ ରୋଜଗାର ନିଜ ସନ୍ତାନମାନଙ୍କ ପାଇଁ ଖର୍ଚ୍ଚ କରିଥାନ୍ତି । ପିଲାଙ୍କର ଭବିଷ୍ୟତକୁ ନେଇ ଅନେକ ସ୍ୱପ୍ନ ଦେଖିଥାନ୍ତି । ଆଉ ପିଲାର ପାଠପଢା ପାଇଁ ସବୁଠୁ ଅଧିକ ବ୍ୟସ୍ତ,ବିବ୍ରତ ହୋଇପଡନ୍ତି । ଗୋଟିଏ ଭଲ ସ୍କୁଲରେ ପଢାଇବା ପାଇଁ ଆଜିକାଲି ଅଭିଭାବକଙ୍କର ଲମ୍ବାଲାଇନ ଲାଗିଛି । ଆଜି ପିଲାଙ୍କ ପାଠପଢାରେ ସବୁଠାରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଛି ଯାହାକୁ ନେଇ ଅତିଷ୍ଠ ହୋଇପଡୁଛନ୍ତି ପିତାମାତା ।

ତେବେ ଆପଣ ବିନା ଟଙ୍କାରେ ଗୋଟିଏ ପ୍ରତିଷ୍ଠିତ ସ୍କୁଲରେ ଆପଣଙ୍କ ପିଲାକୁ ପଢାଇପାରିବେ । ଏଥିପାଇଁ ଆପଣଙ୍କୁ ଟଙ୍କା ଖର୍ଚ୍ଚକରିବାକୁ ପଡିବ ନାହିଁ । ଝାଡଖଂଡ କାଂକେର ବୁକ୍ରୁ ଗାଁର ଏହି ସ୍କୁଲ ଅନେକ ଦୃଷ୍ଟିରୁ ଲୋକଙ୍କୁ ଆକର୍ଷିତକରିଛି । ଏହି ସ୍କୁଲର ଶିକ୍ଷକମାନେ କୌଣସି ପାରିଶ୍ରମିକ ନନେଇ ପିଲାଙ୍କୁ ପାଠ ପଢାଉଛନ୍ତି । କେବଳ ସେତିକି ନୁହେଁ, ଏଠାରେ ପଢୁଥିବା ପିଲାଙ୍କୁ ସମସ୍ତପ୍ରକାର ସୁବିଧାସୁଯୋଗ ବି ଯୋଗାଇଦେଉଛନ୍ତି ।

ସେଂଟ୍ରାଲ କୋଲ ଫିଲ୍ଡ ଲିମିଟେଡ ବା ସିସିଏଲ ଓ ତାର ସହାୟକ କମ୍ପାନୀରୁ ଅବସରପ୍ରାପ୍ତ କର୍ମଚାରୀମାନେ ସେବା ଓ ସମର୍ପଣର ଭାବନା ନେଇ ଶିକ୍ଷାଦାନ ଅଭିଯାନ ଆରମ୍ଭ କରିଛନ୍ତି । ପ୍ରତିଦିନ ଦିନ ଶିକ୍ଷକମାନେ ୧୦ଟାରୁ ୧ଟା ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ପଢାଉଛନ୍ତି ।

ସିସିଏଲ ନିଜର ସାମାଜିକ ଦାୟିତ୍ୱବୋଧ ଯୋଜନା ମାଧ୍ୟମରେ ଏଭଳି ଅଭିନବ ଶିକ୍ଷାନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି । ଯେଉଁଠି କମ୍ପାନୀର ଅନେକ ବରିଷ୍ଠ ଅଧିକାରୀ ମାଗଣାରେ ଶିକ୍ଷାଦାନ ପାଇଁ ଆଗ୍ରହ ଦେଖାଉଛନ୍ତି । ତାଛଡା ଅନେକ କର୍ମଚାରୀଙ୍କ ଦ୍ୱାରା ପ୍ରଦାନ ଟଙ୍କାରେ ଏ ସ୍କୁଲରେ ଉନ୍ନତମାନର ପାଟପଢା ସହ ଆନୁଷଙ୍ଗିକ ସୁବିଧାସୁଯୋଗ ମିଳିପାରୁଛି ।

ସ୍କୁଲର ରୂପରେଖ ଠିକ ହେବା ପରେ ଜାନୁୟାରୀ ୧୫ରେ ଆରମ୍ଭ ହୋଇଛି ଏହି ବିଦ୍ୟାଳୟ । ରାଂଚିର ବିଭିନ୍ନ ପ୍ରାନ୍ତରୁ ୩୦ ଜଣ ପିଲାଙ୍କୁ ମନୋନୀତ କରି ପାଠପଢାଯାଉଛି । ପ୍ରତିଦିନ ସ୍କୁଲ ବସ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କୁ ତାଙ୍କ ଘରୁ ନେବାଆଣିବା କରୁଛି । ପାଠପଡା ବ୍ୟତୀତ ଏହି ବିଦ୍ୟାଳୟରେ ମାଗଣାରେ ବହି, ଖାତା, ପୋଷାକ, ସ୍କୁଲ ବ୍ୟାଗ ଓ ଅନ୍ୟାନ୍ୟ ପାଠପଢା ସାମଗ୍ରୀ ମଧ୍ୟ ପ୍ରଦାନ କରାଯାଉଛି । ପିଲାଙ୍କୁ ମଧ୍ୟ ମାଗଣାରେ ଖାଦ୍ୟ ଓ ଚିକିତ୍ସା ସୁବିଧା ଯୋଗାଇଦିଆଯାଉଛି ।

ପାଠପଢିବାର ସ୍ୱପ୍ନଦେଖିନଥିବା ଏହି ଛାତ୍ରଚାତ୍ରୀ ଅତ୍ୟାଧୁନିକ ଶ୍ରେଣୀ, ବହି ଓ ଖାତା ପାଇ ଅନେକ ଖୁସିଅଛନ୍ତି । ବର୍ତମାନ ସେମାନଙ୍କର ନିଶା ଓ ପେଶା ପାଲଟିଛି ପାଠପଢା । ଏଠାରେ ପଢୁଥିବା ଅନେକ ଛାତ୍ରଛାତ୍ରୀ ବୁଦ୍ଧିମାନ ଓ ଜ୍ଞାନୀ ଅଛନ୍ତି ।
ସୌଜନ୍ୟ : ଦୈନିକ ଜାଗରଣ