ରାଞ୍ଚି ରଥଯାତ୍ରାର ଇତିହାସ ! ମନ୍ଦିର ସୁରକ୍ଷାରେ ନିୟୋଜିତ ହେଉଥିଲେ ମୁସଲମାନ ଶ୍ରଦ୍ଧାଳୁ, ମହାପ୍ରଭୁଙ୍କୁ ପଗଡି ଯୋଗାଉଥିଲେ ମୁଣ୍ଡା ଜାତି

75

ରଥଯାତ୍ରା କେବଳ ଓଡିଶାରେ ନୁହେଁ ପୁରା ଦେଶରେ ପାଳନ କରାଯାଏ । ରଥଯାତ୍ରା ଦିନ ପ୍ରଭୁ ଜଗନ୍ନାଥ, ବଡଭାଇ ବଳଭଦ୍ର, ଭଉଣୀ ସୁଭଦ୍ରା ମାଉସୀ ମା’ ଗୁଣ୍ଡିଚା ମନ୍ଦିରକୁ ଆଠଦିନ ପାଇଁ ଶ୍ରୀମନ୍ଦିର ଛାଡି ମାଉସୀଙ୍କ ଘରକୁ ଯାଆନ୍ତି । ଗୁଣ୍ଡିଚା ମନ୍ଦିରରେ ଆଠଦିନ ରହଣି ପରେ ବାହୁଡା ଯାତ୍ରାରେ ପୁଣି ଲେଉଟନ୍ତି ଶ୍ରୀମନ୍ଦିରକୁ । ଏହି ପରମ୍ପରା ବହୁ ବର୍ଷରୁ ରହି ଆସିଛି । ପବିତ୍ର ରଥ ଯାତ୍ରା ଇତିହାସ ବର୍ଣ୍ଣିତ ହୋଇଛି । ତେବେ ଏହି ଘୋଷଯାତ୍ରା ଅବସରରେ ଆସନ୍ତୁ ଜାଣିବା ରାଞ୍ଚି ରଥଯାତ୍ରାର ଇତିହାସ ବିଷୟରେ ।

ଛୋଟନାଗପୁରରେ ଯେତେବେଳେ ନାଗବଂଶୀ ରାଜାମାନଙ୍କର ଶାସନ ଚାଲୁଥିଲା । ସେମାନେ ବିଭିନ୍ନ ସ୍ଥାନରେ ବିଗ୍ରହ ସ୍ଥାପନ କରି ପୂଜାର୍ଚ୍ଚନାର ବ୍ୟବସ୍ଥା କରିଥିଲେ । ନିଜ ଗୁରୁ ହରିନାଥଜୀଙ୍କ ଆଶୀର୍ବାଦରୁ ନାଗବଂଶୀ ରାଜା ରଘୁନାଥ ଶାହ ୧୬୩୯ ମସିହାରେ ଏଠାରେ ଶ୍ରୀ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା କରିଥିଲେ । ଏହି ମନ୍ଦିରକୁ ବିସ୍ତୃତ ରୂପ ଦେବାର ଶ୍ରେୟ ନାଗବଂଶୀ ରାଜା ଠାକୁର ଆନିନାଥ ଶାହଦେବଙ୍କୁ ଦିଆଯାଇଥିଲା । ଝାଡଖଣ୍ଡରେ ଜଗନ୍ନାଥପୁର ମେଳାର ଇତିହାସ ପ୍ରାୟ ୩୨୭ ବର୍ଷ ପୁରୁଣା । ୧୬୯୧ରେ ନା ଗବଂଶୀ ରାଜା ଠାକୁର ଆନିନାଥ ଏହି ମେଳାର ଆୟୋଜନ ଆରମ୍ଭ କରିଥିଲେ । ସେତେବେଳେ ଝାଡଖଣ୍ଡରେ ପ୍ରତ୍ୟେକ ଜାତିର ଲୋକ ସାମ୍ପ୍ରଦାୟିକ ସଦଭାବ ମଧ୍ୟରେ ବସବାସ କରୁଥିଲେ ।

ranchi rathajatra
image courtesy-http://www.indianphotoagency.com

ଏହି ଭାତୃଭାବର ପ୍ରଭାବ ଜଗନ୍ନାଥପୁର ରଥ ମେଳାରେ ବାରି ହୋଉଥିଲା । ଘାଂସି ଜାତି ଶ୍ରୀଜୀଉଙ୍କ ଲାଗି ଫୁଲ ଯୋଗାଉଥିବା ବେଳେ ମନ୍ଦିର ସୁରକ୍ଷାରେ ମୁସଲମାନ ଶ୍ରଦ୍ଧାଳୁ ନିୟୋଜିତ ହେଉଥିଲେ । ମୁଣ୍ଡା ଜାତି ମହାପ୍ରଭୁଙ୍କୁ ପଗଡି ଯୋଗାଉଥିଲେ । କୁମ୍ଭାର ମାଟିପାତ୍ର, ଓରାଁଓମାନେ ଘଣ୍ଟି ଓ ପହାନମାନେ କରଞ୍ଜ ତେଲ ପ୍ରଦାନ କରୁଥିଲେ । ବଢେଇ ଏବଂ କମାର ରଥ ନିର୍ମାଣ ଦାୟିତ୍ୱ ନେଉଥିଲେ । ଏବେ ଏହି ପରମ୍ପରାରେ ପ୍ରାୟ ପୂର୍ଣ୍ଣଚ୍ଛେଦ ପଡିଯାଇଛି । ମନ୍ଦିରର କାର୍ଯ୍ୟ ତଦାରଖ ପାଇଁ ଏବେ ଟ୍ରଷ୍ଟ ପ୍ରତିଷ୍ଠା କରାଯିବା ସହିତ ଏହା ମାଧ୍ୟମରେ ରଥଯାତ୍ରା ତଦାରଖ କରାଯାଉଛି ।