ବାହୁବଳୀର ରେକର୍ଡ ଭାଙ୍ଗିଲା ସଂଜୁ । ପ୍ରଥମ ଦିନର କଲେକ୍ସନ ଦେଖି ସମସ୍ତେ ହୋଇଗଲେ ଆଶ୍ଚର୍ଯ୍ୟ

65

ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ବଲିଉଡ ସିନେମା ତଥା ବଲିଉଡ ଅଭିନେତା ସଂଜୟ ଦତ୍ତଙ୍କ ଜୀବନ ଅଉପରେ ଆଧାରୀ ସିନେମା “ସଂଜୁ” । ତେବେ ସିନେମାଟି ରିଲିଜ୍ ପୂର୍ବରୁ ଯେତିକି ଚର୍ଚ୍ଚାରେ ରହିଥିଲା ପରଦାକୁ ଆସିଲା ପରେ ତାହା ଆହୁରୀ ଚର୍ଚ୍ଚିତ ହୋଇଯାଇଛି । ସିନେମାରେ ସଂଜୁଙ୍କ ଭୂମିକାରେ ରଣବୀର ଯେପରି ଦର୍ଶକଙ୍କୁ ଚକିତ କରିଦେଇଛନ୍ତି ଠିକ୍ ସେହିପରି ଗୋଟିଏ ଦିନରେ ସିନେମାର ରେକର୍ଡ କରିଦେଇଛି ସବୁସୀମା ପାର୍ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ରଣବୀରଙ୍କ ଆଧାରିତ ସିନେମା ସଂଜୁ ଭାଙ୍ଗିଦେଇଛି ପ୍ରଭାସଙ୍କ ଅଭିନିତ ସିନେମା ବାହୁବଳୀର ରେକର୍ଡ । ଖାଲି ଏତିକି ନୁହେଁ ୨୦୧୮ ମଧ୍ୟରେ ରିଲିଜ ହୋଇଥିବା ସଂଜୁ ପୂର୍ବରୁ ରେକର୍ଡ଼ କରିଥିବା ଫିଲ୍ମକୁ ପଛରେ ପକାଇ ଦେଇଛି । ତେବେ ବକ୍ସ ଅଫିସରେ ସଂଜୁ ଏବେ ରେକର୍ଡ଼ ବ୍ରେକର ଭାବରେ ତାଜ ଜିତି ପାରିଛି ।

ଆଉ ଏହିସବୁ ଭିତରେ ରାଜମୈଲୀଙ୍କ ନିର୍ଦ୍ଦେଶୀତ ସିନେମା ତଥା ବାହୁବଳୀକୁ ବି ରାଜକୁମାର ହିରାନୀଙ୍କ ନିର୍ଦ୍ଦେଶିତ ସିନେମା ସଂଜୁ ପଛରେ ପକାଇଦେଇଛି । ଏହା ସହିତ ପଦ୍ମାବତ,ରେସ-ଥି ଓ ବାଘୀ-ଟୁ ଭଳି ଫିଲ୍ମକୁ ପଛରେ ପକାଇ ବହୁ ଆଗକୁ ମାଡ଼ିଯାଇଛି ରଣବୀରଙ୍କ ଅଭିନୀତ ସିନେମା ସଂଜୁ । ଓପନିଙ୍ଗ ୱିକେଣ୍ଡରେ ୧୨୦ କୋଟିର ଇନକମ କରି ଇତିହାସ ରଚି ସାରିଛି ରାଜକୁମାର ହିରାନୀଙ୍କ ସଂଜୁ । କିନ୍ତୁ ବଡ କଥା ହେଲା କି, ରଣବୀର ବକ୍ସ ଅଫିସରେ ଅମୀର ଏବଂ ସଲମାନଙ୍କ ଭଳି ବାଦଶାହଙ୍କୁ ଟକ୍କର ଦେଇଛନ୍ତି ।  ସଂଜୁ ପ୍ରଥମ ଦିନରେ ୩୪ କୋଟି ରୋଜଗାର କରିଥିଲା । ଦ୍ୱିତୀୟ ଦିନରେ ୧୫ ପ୍ରତିଶତ ବଢିଥିଲା,ଯାହା ୩୮.୬୦ କୋଟି ଥିଲା । ଫିଲ୍ମ ଖୁବଶୀଘ୍ର ୨୦୦ କୋଟି କ୍ଲବରେ ପହଂଚିଯିବ ବୋଲି ଆଶା କରାଯାଉଛି ।