ସୁଟିଂ ସେଟରେ ସବୁଠାରୁ ଅଧିକ ନିଶା ସେବନ କରନ୍ତି ଚକୋଲେଟ ହୀରୋ ରଣବୀର କପୁର ! ସ୍କୁଲ ସମୟରୁ ଥିଲେ ଡ୍ରଗ୍ସର ଶିକାର

74

ବଲିଉଡର ଚକୋଲେଟ ହୀରୋ ରଣବୀର କପୁର ସିନେମାରେ ନିଜର ଅଭିନୟ ସହ ନିଜର ଲୁକକୁ ନେଇ ବେଶ ଚର୍ଚ୍ଚାରେ ଥାଆନ୍ତି । ଏହାସହ ସିନେ ଜଗତରେ ତାଙ୍କର ପ୍ରେମ ସଂପର୍କ ଖବର ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ । କିନ୍ତୁ ରଣବୀର ଏବେ ପୁଣିଥରେ ନିଜର ନିଶା ଅଭ୍ୟାସ ଯୋଗୁଁ ଅଛନ୍ତି ଚର୍ଚ୍ଚାରେ । ଆପଣ ଜାଣନ୍ତି କି ଏତେ କ୍ୟୁଟ ଲାଗୁଥିବା ନାୟକ ଜଣକ ଦିନ ଥିଲା ଡ୍ରଗ୍ସର କବଜାରେ ଥିଲେ । ସୂତ୍ର ଅନୁସାରେ ଡ୍ରଗ୍ସ ସେବନ ନକେଲେ ସେ କିଛି କାମି କରି ପାରୁ ନଥିଲେ ।

ଏବେ ମଧ୍ୟ ସୁଟିଂ ସେଟରେ ସବୁଠାରୁ ଅଧିକ ନିଶା ସେବନ କରନ୍ତି ରଣବୀର କପୁର । ଏକ ସାକ୍ଷାତକାର ଜରିଆରେ ରଣବୀର ନିଜେ ଏକଥାକୁ ସ୍ୱୀକାର କରିଛନ୍ତି । ତାଙ୍କ କହିବା ଅନୁସାରେ ଥରେ କୌଣସି ଏକ ଦୃଶ୍ୟର ସୁଟିଂ କରିବା ପାଇଁ ସେ ଅସହଜ ମନେ କରୁଥିଲେ , କିନ୍ତୁ ଡ୍ରଗ୍ସ ସେବନ ପରେ ଠିକରେ ସୁଟିଂ କରି ପାରିଥିଲେ ।ଏହାସହ ରଣବୀର ନିଜେ କହିଛନ୍ତି ସ୍କୁଲ ସମୟରୁ ହିଁ ସେ ଡ୍ରଗ୍ସ ସେବନ କରୁଥିଲେ । ଯାହାଦ୍ୱାରା ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସବୁବେଳେ ଖରାପ ରହୁଥିଲା ।

ଯଦି ଠିିକ ସମୟରେ ସେ ଏହି ଅଭ୍ୟାସକୁ ଛାଡି ନଥାନ୍ତେ ତେବେ ତାଙ୍କ ପେଶାଦାର ଜୀବନ ଉପରେ ମଧ୍ୟ ପ୍ରଭାବ ପଡିଥାଆନ୍ତା । ରଣବୀରଙ୍କ ଏହି କୁଅଭ୍ୟାସ ପାଇଁ ଋଷି କପୁର ତାଙ୍କ ଉପରେ ସବୁବେଳେ ନାରାଜ ରହୁଥଲେ । ସୌଭାଗ୍ୟବଶତଃ ରଣବୀର ଏବେ ଏଇ ଅଭ୍ୟାସରୁ ଦୂରେଇ ଯାଇଛନ୍ତି । କିନ୍ତୁ ଡ୍ରଗ୍ସ ସେବନ କରିବା ଛାଡିଥିଲେ ମଧ୍ୟ ସେ ଏବେ ବି ଜଣେ ଚେନ ସ୍ମୋକର ।