ରଣବୀର କପୁରଙ୍କ ଭାଣିଜୀ ‘ଗଲତି ସେ ମିଷ୍ଟେକ୍’ ଗୀତରେ କଲେ ନୃତ୍ୟ !

29

ବଲିଉଡ୍ ଅଭିନେତ୍ରୀ ରଣବୀର କପୁରଙ୍କ ମା’ ନୀତୁ ସିଂହ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ତାଙ୍କର ନାତୁଣୀ ସମରା ‘ଜଗା ଜାସୁସ୍ ’ ଫିଲ୍ମର ଗୀତ ‘ଗଲତି ସେ ମିଷ୍ଟେକ୍’ ରେ ନୃତ୍ୟ କରୁଛନ୍ତି ।

ନିର୍ମାତା ହିସାବରେ ‘ଜଗା ଜାସୁସ୍ ’ ରଣବୀରଙ୍କ ପ୍ରଥମ ଫିଲ୍ମ । ଅନୁରାଗ ବସୁଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଫିଲ୍ମଟି ୧୪ ଜୁଲାଇରେ ରିଲିଜ ହେବ । ଗତ ୩ବର୍ଷ ଧରି ଜଗା ଜାସୁସ୍ ର ସୁଟିଂ ଚାଲିଥିଲା । ଏବେ ଏହା ପରଦାକୁ ଆସିବା ପାଇଁ ପ୍ରସ୍ତୁତ । ଫିଲ୍ମର ପ୍ରମୋସନ ପାଇଁ କପୁର ଫ୍ୟାମିଲ ରଣବୀରଙ୍କୁ ପୂରା ସହଯୋଗ କରୁଛନ୍ତି । ଟିଭି ସୋ’ ଠାରୁ ନେଇ ପ୍ରତି ଇଭେଣ୍ଟରେ ‘ଜଗା ଜାସୁସ୍ ’ର ପ୍ରମୋସନ ଜାରି ରହିଛି ।

ଦେଖନ୍ତୁ ଏହି ଭିଡ଼ିଓ –