ଖାଦ୍ୟ ପ୍ରିୟ କପୁର୍ ଶେହଜାଦା : ରଣବିରଙ୍କୁ ପସନ୍ଦ ମୁମ୍ବାଇ ଷ୍ଟ୍ରିଟ୍ ଫୁଡ୍

27

ବଲିଉଡ୍ ବର୍ଫି ବୟ ରଣବିର୍ କପୁରଙ୍କୁ ପସନ୍ଦ ଷ୍ଟ୍ରିଟ୍ ଫୁଡ୍ । ସେ ବି ପୁଣି ମୁମ୍ବାଇର । ନିକଟରେ ନିଜର ଏମିତି ଅନେକ ମନପସନ୍ଦ ଖାଇବା ବିଷୟରେ ବଖାଣିଥିଲେ ରଣବିର୍ । ଏକ ଇଭେଂଟରେ ଯୋଗ ଦେବା ସମୟରେ ନିଜ ବିଷୟରେ ଏମିତି ଅନେକ କିଛି ସିକ୍ରେଟ୍ ସେୟାର୍ କରିଥିଲେ ରଣବୀର୍ କପୁର ।

ବି-ଟାଉନର ବର୍ଫି ବୟ ରଣବିର୍ କପୁରଙ୍କୁ ପସନ୍ଦ ମୁମ୍ବାଇର ଷ୍ଟ୍ରିଟ୍ ଫୁଡ୍ । ନିକଟରେ ଏହି ଅନସ୍କ୍ରିନ୍ ସୁପରଷ୍ଟାର୍ ଖାଇବାକୁ ନେଇ ନିଜ ଦୁର୍ବଳତା ବିଷୟରେ ଜଣାଇଛନ୍ତି । ପେପ୍ସି ଇଭେଂଟରେ ରଣବୀର୍ ନିଜର ଏମିତି କିଛି ସିକ୍ରେଟ୍ ଫ୍ୟାନ୍ ମାନଙ୍କ ସହ ସେୟାର୍ କରିଛନ୍ତି । ରଣବିର୍ ଥଣ୍ଡା ପାନୀୟ ପେପ୍ସିର ବ୍ରାଣ୍ଡ ଆମ୍ବାସେଡର୍ ଭାବେ ଚୁକ୍ତି ସ୍ୱାକ୍ଷର କରିଛନ୍ତି । ପେପ୍ସିର ପ୍ରମୋସନାଲ୍ ଇଂଭେଟ୍ରେ ରଣବୀରଙ୍କୁ ଦେଖିବାକୁ ମିଳିଥିଲା । ଯେଉଁଠି ରଣବୀର୍ ଏଭଳି କିଛି ନିଜ ସିକ୍ରେଟ୍ ପ୍ରଶଂସକଙ୍କ ସହ ସେୟାର୍ କରିଥିଲେ ।

କପୁର୍ ଖାଦନଦାନର ସବୁ କଳାକାର ନିଜ ଖାଇବା ପାଇଁ ଜଣାଯାଆନ୍ତି । ଏମିତି ତ ବଡି ଫିଟନେସ୍ ପାଇଁ ଅନେକ ଡାଏଟ୍ ଫଲୋ କରନ୍ତି ରଣବିର୍ ହେଲେ । ସମୟ ମିଳିଲେ ଜଙ୍ଗଲି ମଟନ୍ ଖାଇବାକୁ ବିଲକୁଲ୍ ବି କୁଣ୍ଠାବୋଧ କରନ୍ତି ନାହିଁ ରଣବିର ।

ଏହି ଇଂଭେଟ୍ରେ ନିଜ ଫ୍ୟାନ୍ସଙ୍କ ସହ କଲେଜ୍ ଟାଇମ୍ର ଅନେକ ଫନି କଥା ସେୟାର୍ କରିଥିଲେ ରଣବିର୍ । କିଭଳି ଥଣ୍ଡା ପାନିୟକୁ ବେସ୍ ଏନଂଜୟ କରନ୍ତି କଲେଜ୍ ଟାଇମରେ ସେ ବିଷୟରେ ରଣବିର୍ କହିଥିଲେ ।

ଚକଲେଟି ବୟ ରଣବିର୍ କପୁର୍ । ଅନେକ ବର୍ଷ ଧରି ପେପ୍ସିର ବ୍ରାଣ୍ଡ ଆମ୍ବାସାଡର୍ ରହିଛନ୍ତି । ଆଉ ଏବେ ତାଙ୍କୁ ପୁଣି ପେପ୍ସିର ବିଜ୍ଞାପନରେ ଦେଖିବାକୁ ମିଳିବ ।