ଶେଷଥର ପାଇଁ ଏକାଠି ହେବେ ରଣବୀର କପୁର୍ ଓ କ୍ୟାଟ୍ରିନା କୈଫ୍

36

ବଲିଉଡର ହିଟ୍ ଓ ହଟ୍ ଯୋଡି ରଣବୀର କପୁର୍ ଓ କ୍ୟାଟ୍ରିନା କୈଫ୍ । କିନ୍ତୁ ବ୍ରେକଅପ୍ ପରେ ଉଭୟ ନିଜ ଭିତରେ ଦୂରତା ରଖିବା ପାଇଁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି । କିନ୍ତୁ ଏବେ ପୁଣି ଥରେ ଏହି ଯୋଡି ଏକାଠି ହେବାକୁ ଯାଉଛନ୍ତି, ହେଲେ ଶେଷଥର ପାଇଁ ।

ସୂଚନା ଅନୁସାରେ , ଉଭୟଙ୍କ ଅଭିନୀତ ସିନେମା “ଜଗା ଜାସୁସ’ର ସୁଟିଂ ଏଯାଏ ଶେଷ ହୋଇ ପାରିନି, ତେଣୁ ସିନେମାର କିଛି ଅଂଶ ସୁଟିଂ ପାଇଁ ସେମାନେ ପୁଣିଥରେ ଏକାଠି ହେବେ । ଏଇ ନଭେମ୍ବରରେ ସିନେମାର ସୁଟିଂ ଶେଷ ହେବା ସହ ରଣବୀର ଓ କ୍ୟାଟ୍ରିନାଙ୍କ ପେଶାଦାର ଜୀବନର ସଂପର୍କ ମଧ୍ୟ ଶେଷ ହୋଇଯିବ ।

ଅନୁରାଗ ବାସୁଙ୍କ ସିନେମା ଜଗା ଜାସୁସର ସୁଟିଂ ନଭେମ୍ବର ୧୪ରେ ଶେଷ ହେବ ବୋଲି ଜଣା ପଡିଛି । ବାସ୍ତବ ଜୀବନରେ ଦୁଇଜଣଙ୍କୁ ଏକାଠି ଦେଖିବା ସମ୍ଭବ ନୁହଁ କିନ୍ତୁ ରିଲ୍ ଜୀବନରେ ଦୁହିଁକୁ ଶେଷଥର ପାଇଁ ଏକାଠି ଦେଖିବେ ଦର୍ଶକ । ଏହି ସିନେମା ଆସନ୍ତା ବର୍ଷ ୭ ଡିସେମ୍ବରରେ ରିଲିଜ ହେବ ।