ଆଲିଆଙ୍କ ସହ ଡେଟରେ ନଜର ଆସିଲେ ରଣବିର : ପୁଣି କ୍ୟାମେରାରେ କଏଦ ହେଲେ ପ୍ରେମ ପକ୍ଷୀ

39

ବଲିଉଡରେ ଏବେ ଚହଳ ପକାଇଛି ରଣବିର କପୁର ଓ ଆଲିଆ ଭଟ୍ଟଙ୍କ ଲଭ ଷ୍ଟୋରି । ଶୁଣିବାକୁ ମିଳିଛି, ଏହି ଯୋଡି ଏବେ ପ୍ରେମରେ ପଡିଛନ୍ତି । କ୍ୟାଟ୍ରିନାଙ୍କ ସହ ବ୍ରେକ ଅପ ପରେ, ରଣବୀରଙ୍କର ପାକିସ୍ତାନୀ ଅଭିନେତ୍ରୀ ମାହିରାଙ୍କ ସହ ସମ୍ପର୍କ ଥିବା ନେଇ ମଧ୍ୟ ଚର୍ଚ୍ଚା ହେଉଥିଲା । ମାତ୍ର ଏବେ ଆଲିଆଙ୍କ ସହ ତାଙ୍କ ଦୋସ୍ତି ସବୁ କଳ୍ପନା ଜଳ୍ପନାକୁ ପଛରେ ପକା ଦେଇଛି । ଆଲିଆଙ୍କ ସହ ଏବେ ସବୁ ସ୍ଥାନରେ ନଜର ଆସୁଛନ୍ତି ରଣବିର ।

ଆଜିକାଲି ବି-ଟାଉନରେ ଚର୍ଚ୍ଚାରେ ରହିଛନ୍ତି ଲଭ ବାର୍ଡସ ରଣବିର କପୁର ଓ ଆଲିଆ ଭଟ୍ଟ । ମୁଭି ଡେଟ ହେଉ କି ଡିନର ଡେଟ ସବୁଠି ଏବେ ଏମାନେ ଆସୁଛନ୍ତି ଏକାଠି ନଜର । ତେବେ ଏହି ପ୍ରେମୀ ଯୁଗଳଙ୍କୁ ପୁଣିଥରେ ଏକାଠି ଦେଖିବାକୁ ମିଳିଛି ମାୟାନଗରୀରେ । ବଲିଉଡର ଏବେ କ୍ୟୁଟେଷ୍ଟ ଯୋଡିର ପରିଚୟ ପାଇଥିବା ରଣବିର – ଆଲିଆ ନିକଟରେ ଏକାଠି ଆସିଥିଲେ ନଜର । ଆଉ ଏମାନଙ୍କ ସହ ନଜର ଆସିଥିଲେ ଫିଲ୍ମ ନିର୍ମାତା କରଣ ଜୋହର । ତେବେ ଗତ ସପ୍ତାହରେ ବି ଦୁହେଁ ଏକାଠି ଡିନର ଡେଟରେ ନଜର ଆସିଥିଲେ । ପ୍ରାୟ ସମୟରେ ଏକାଠି ସ୍ପଟ ହେଉଥିବାରୁ ଦୁହିଁଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ବି ବେଶ ଚର୍ଚ୍ଚା ହେଉଛି ବଲିଉଡରେ ।