ରାନସମୱେର ମୁକାବିଲା ଚିନ୍ତା : ସଚିବାଳୟରେ ଆଇଟି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ବୈଠକ

29

କନକ ବ୍ୟୁରୋ : ରାନସମୱେର ମୁକାବିଲା ନେଇ ସଚିବାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଇଟି ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରାଙ୍କ ଅଧ୍ୟକ୍ଷତାରେ ବୈଠକରେ ବସିଥିଲା । କ୍ରାଇମବ୍ରାଂଚ ସ୍ୱତନ୍ତ୍ର ଡିଜି ବିକେ ଶର୍ମାଙ୍କ ସହ ଗୃହ ସଚିବ, ବିଭାଗୀୟ ସଚିବ ଓ ଓକାକ କର୍ମକତା ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । ୮୦ଟି ଦେଶରେ ଭାଇରସ ଆଟାକ କରିଛି । ସଚେତନତା ସୃଷ୍ଟି ସହ ଆବଶ୍ୟକ ପଦକ୍ଷେପ ନିଆଯାଉଛି ।

କାଲିଠୁ ଗଣମାଧ୍ୟମରେ ସଚେତନତା ପାଇଁ ପଦକ୍ଷେପ ନିଆଯିବ ବୋଲି ବୈଠକ ପରେ ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା କହିଛନ୍ତି । ବ୍ରହ୍ମପୁର ସିଟି ହସ୍ପିଟାଲ ଓ ପୁରୁଷୋତମପୁର ହସ୍ପିଟାଲର ସିଷ୍ଟମକୁ ଆଟାକ କରିଛି ରାନସମୱେର ଭାଇରସ  । ସେହିପରି ବଲାଙ୍ଗୀର ଟିଟିଲାଗଡର ଉକ୍ରଳ ଗ୍ରାମ୍ୟ ବ୍ୟାଙ୍କର କମ୍ପ୍ୟୁଟରକୁ ମଧ୍ୟ ଏହି ଭାଇରାସ ଦ୍ୱାରା ହ୍ୟାକ୍ କରାଯାଇଥିଲା । ତେବେ ବ୍ୟାଙ୍କ ମ୍ୟାନେଜର ଜଣକ ତାଙ୍କ କମ୍ପ୍ୟୁଟରର ତଥ୍ୟ ସବୁକୁ ବ୍ୟାକ୍ ଅପ୍ ରଖିଥିବାରୁ ଏହାର କୌଣସି ପ୍ରଭାବ ବ୍ୟାଙ୍କ ଉପରେ ପଡିନାହିଁ ।