ଜେଲରେ କମୁଛି ବାବା ରାମ ରହିମଙ୍କ ଓଜନ ! ୪୦ ଦିନ ପୂର୍ବରୁ ଓଜନ ୯୦ କେଜି ଥିବାବେଳେ ଏବେ ୮୪ କେଜି ରହିଛି

64

କନକ ବ୍ୟୁରୋ : ସାଧ୍ୱୀ ଦୁଷ୍କର୍ମ ମାମଲାରେ ଜେଲରେ ଥିବା ବାବା ରାମ ରହିମଙ୍କ ଓଜନ କମିବାରେ ଲାଗିଛି । ରାମ ରହିମଙ୍କ ଓଜନ ୬ କେଜି କମିଛି । ୪୦ ଦିନ ପୂର୍ବରୁ ତାଙ୍କ ଓଜନ ୯୦ କେଜି ଥିବାବେଳେ ଏବେ ୮୪ କେଜି ରହିଛି । ଜେଲରେ ବାବାଙ୍କୁ ରୁଟି ସାଙ୍ଗକୁ ଡାଲି ଦିଆଯାଉଛି । ଓଜନ କମିବା ଯୋଗୁଁ ବାବାଙ୍କ ମେଡିସିନ ଡୋଜ ମଧ୍ୟ କମାଯାଇଛି । ଏହି ଔଷଧ ରୋହତକ ଡାକ୍ତରଙ୍କ ଦ୍ୱାରା ଲେଖାଯାଇଥିଲା ଓ ଡାକ୍ତରଙ୍କ ନିର୍ଦ୍ଦେଶ ପରେ ହିଁ ଡୋଜକୁ କମାଯାଇଛି । ରାମ ରହିମଙ୍କ ବିପି, ସୁଗାର ଓ ଗ୍ୟାସ ରହିଛି । କେବେ ରାଜା, ମହାରାଜ ଭଳି ଜୀବନ ବିତାଉଥିବା ରାମ ରହିମ ଏବେ ଜେଲରେ ସାଧାରଣ କଏଦୀ ଭଳି ରହୁଛନ୍ତି । ଓଜନ କମିବାର କାରଣ ଅତ୍ୟଧିକ ଚିନ୍ତା ବୋଲି କୁହାଯାଉଛି ।

RamRahim

ସୂଚନାଯୋଗ୍ୟ ହିସାଂ ଘଟାଇବା ପାଇଁ ୧କୋଟି ୨୫ଲକ୍ଷ ଟଙ୍କା ଦେଇଥିଲେ ବାବାଙ୍କ ପାଳିତା କନ୍ୟା ତଥା ହନିପ୍ରୀତ । ଅଗଷ୍ଟ ୨୫ରେ ପଂଚକୁଲାରେ ହୋଇଥିବା ହିଂସା ପାଇଁ ସିରସା ଡେରାରେ ହୋଇଥିଲା ଯୋଜନା । ଗୁରମିତ ରାମ ରହିମଙ୍କ ଡ୍ରାଇଭର ରାକେଶ କୁମାରକୁ ପଚରାଉଚରା ବେଳେ ଏହି ତଥ୍ୟ ପଦାକୁ ଆସିଛି । ଗୁରମିତ ରାମରହିମଙ୍କ ଦୋଷୀ ସାବ୍ୟସ୍ତ ହେବାର କିଛି ଦିନ ପୂର୍ବରୁ ପଂଚକୁଲାର ଡେରାମୁଖ୍ୟଙ୍କୁ ହନିପ୍ରୀତ ୧କୋଟି ୨୫ଲକ୍ଷ ଟଙ୍କା ଦେଇଥିବା ସେ କହିଛନ୍ତି । ସାଧ୍ୱୀ ଦୁଷ୍କର୍ମ ମାମଲାରେ ଅଗଷ୍ଟ ୨୫ତାରିଖ ଦିନ ଶୁଣାଣି ହେବାର କିଛି ଦିନ ପୂର୍ବରୁ ପଂଚକୁଲାର ଡେରା ମୁଖ୍ୟ ଚମକୌର ସିଂହଙ୍କୁ ୧କୋଟି ୨୫ଲକ୍ଷ ଟଙ୍କା ଦେଇଥିଲେ ରାମରହିମଙ୍କ ପାଳିତା କନ୍ୟା ହନିପ୍ରୀତ ।

ପଂଚକୁଲା ଡେରା ମୁଖ୍ୟ ଚମକୌର ସିଂହଙ୍କୁ ହନିପ୍ରୀତ ୧କୋଟି ୨୫ଲକ୍ଷ ଟଙ୍କା ଦେଇଥିବା ଖବରକୁ ସ୍ପଷ୍ଟ କରିଛନ୍ତି ପଂଚକୁଲା ପୁଲିସ କମିଶନର ଏ.ଏସ ଚାୱଲା । ଗୁରମିତ ରାମରହିମ ଦୋଷୀ ସାବ୍ୟସ୍ତ ହେଲାପରେ ହିଂସା ଘଟାଇବା ପାଇଁ ତାଙ୍କ ସମର୍ଥକଙ୍କୁ ଏହି ଟଙ୍କା ବଂଟା ଯାଇଥିଲା । ସ୍ପେଶାଲ ଇନଭେଷ୍ଟିଗେସନ ଟିମର ଏସିିପି ମୁକେଶ ମଲହୋତ୍ରାଙ୍କ ଗଠିତ ଟିମ ଗୁରମିତଙ୍କ ଡ୍ରାଇଭରକୁ ପଚରାଉଚରା କଲାବେଳେ ଏହି ଗୁମର ଖୋଲିଛନ୍ତି ସେ । ଗୁରମିତ ରାମରହିମଙ୍କ ଗିରଫଦାରୀ ପରେ ପଂଚକୁଲାରେ ହୋଇଥିବା ଦଙ୍ଗାରେ ପ୍ରାୟ ୩୬ଜଣଙ୍କର ମୃତ୍ୟୁ ହୋଇଥିଲା ।