ଭଡ଼ାଘରେ ୧୦୦୦ କୋଟି କପଡ଼ା କଂପାନୀର ମାଲିକ ! ପୁଅ ଛଡାଇନେଲେ ଘର ଓ ଗାଡ଼ି

87

କନକ ବ୍ୟୁରୋ : ରେମଣ୍ଡ, କପଡ଼ା କ୍ଷେତ୍ରରେ ଏହି ବ୍ରାଣ୍ଡ ସାରା ଦେଶରେ ପରିଚିତ ଓ ଲୋକପ୍ରିୟ । ହେଲେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ୧୦୦୦ କୋଟିର ଏହି କପଡ଼ା କମ୍ପାନୀର ମାଲିକ ଡକ୍ଟର ବିଜୟପଥ ସିଂହାନିଆ ଏବେ ରହୁଛନ୍ତି ଭଡ଼ାଘରେ । ଆଉ ତାଙ୍କର ଏପରି ଅବସ୍ଥା ପାଇଁ ସେ ଦାୟୀ କରିଛନ୍ତି ତାଙ୍କ ପୁଅ ଗୌତମ ସିଂହାନିଆଙ୍କୁ । ଦୀର୍ଘ ଦୁଇ ଦଶନ୍ଧିଧରି କପଡ଼ା କ୍ଷେତ୍ରରେ ବେଶ ନାଁ କରିଥିବା ଏହି କପଡ଼ା କଂପାନୀରେ ଥିବା ନିଜର ସମସ୍ତ ସେୟାର ପୁଅ ଗୌତଙ୍କୁ ହସ୍ତାନ୍ତର କରିଦେଇଥିଲେ ବିଜୟପଥ । ହେଲେ ଏବେ ତାଙ୍କୁ ସବୁ ଅଧିକାରରୁ ବଂଚିତ କରିଛନ୍ତି ପୁଅ ଗୌତମ ।

ଏପରିକି ତାଙ୍କ ଗାଡି ଓ ଡ୍ରାଇଭରକୁ ଛଡାଇ ନେଇଥିବା ମଧ୍ୟ ଅଭିଯୋଗ କରିଛନ୍ତି । କଥା ପ୍ରଘଟ ହୋଇଥିଲା ଯେତେବେଳେ, ଏକ ଡୁପ୍ଲେକ୍ସ ଘର ପାଇଁ ବମ୍ବେ ହାଇକୋର୍ଟରେ ପିଟିସନ ଫାଇଲ କରିଥିଲେ ବିଜୟପଥ । ରେମଣ୍ଡ କମ୍ପାନୀଦ୍ୱାରା ତିଆରି କରାଯାଇଥିବା ଏହି ଡୁପ୍ଲେକ୍ସ ପାଇଁ ବର୍ଗଫୁଟ ପିଛା ୯ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଟଙ୍କା ଦେବାକୁ ଅସମର୍ଥ ହୋଇଥିଲେ ବିଜୟପଥ । ମୁମ୍ବାଇ ମିରରରେ ଏହି ଖବର ପ୍ରକାଶ ପାଇବା ପରେ ସାମ୍ନାକୁ ଆସିଥିଲା ବିଜୟପଥଙ୍କ କାହାଣୀ । ସବୁଠାରୁ ବଡକଥା ହେଉଛି ସାରା ଦେଶର ଲୋକଙ୍କୁ ଦିନେ ବ୍ରାଣ୍ଡେଡ କପଡ଼ା ଯୋଗାଇ ଦେଉଥିବା ରେମଣ୍ଡ ମାଲିକଙ୍କ ଏହି ଦୁର୍ଦ୍ଦଶା ପାଇଁ ଖୋଦ ତାଙ୍କ ପୁଅ ହିଁ ଦାୟୀ ।