ଆଜି ପବିତ୍ର ରାମ ନବମୀ

342

ଆଜି ପବିତ୍ର ରାମ ନବମୀ । ଭଗବାନ ଶ୍ରୀରାମଙ୍କ ଜନ୍ମଦିନ । ଆଜିର ଦିନରେ ପାପର କ୍ଷୟ ପାଇଁ ଧରାପୃଷ୍ଠକୁ ଓହ୍ଲାଇଥିଲେ ଶ୍ରୀରାମ । ମର୍ଯ୍ୟାଦା ପୁରୁଷୋତମ ଶ୍ରୀରାମ ଥିଲେ ଧର୍ମର ପ୍ରତୀକ । ବିଶ୍ୱରେ ଧର୍ମ ଓ ଏକତା ସ୍ଥାପନା କରିଥିଲେ ଶ୍ରୀରାମ । ହିନ୍ଦୁଙ୍କ ପାଇଁ ଏହି ପର୍ବର ମହତ୍ୱ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଶ୍ରୀରାମଙ୍କ ଜନ୍ମଦିନ ପାଳନ ନେଇ ସାରା ଦେଶ ଉତ୍ସବମୁଖର ହୋଇଉଠିଛି । ରାମ ମନ୍ଦିର ଗୁଡିକରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହେଉଛି । ମଧ୍ୟରାତ୍ରରୁ ବିଭିନ୍ନ ସ୍ଥାନରେ ରାମ ଚରିତ ଓ ପାରାୟଣ ଜାରି ରହିଛି । ମନ୍ଦିରରେ ଶ୍ରୀରାମଙ୍କ ପୂଜାପାଠ ସହ ହୋମ ଯଜ୍ଞ ହେଉଛି । ଅନେକ ସ୍ଥାନରେ ଭଗବାନ ରାମଙ୍କ ପୂଜାର୍ଚନା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଶ୍ରୀକ୍ଷେତ୍ର ପୁରୀରେ ଆଜି ଶ୍ରୀଜିଉଙ୍କ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେଉଛି ।

ସେପଟେ ଶ୍ରୀଜିଉଙ୍କ ରଥ ନିର୍ମାଣ କାମ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ବିଧିମୁତାବକ ଆଜି ଆଜ୍ଞାମାଳ ବିଜେ ହୋଇଛି । ଏହା ପରେ ମହାପ୍ରଭୁଙ୍କ ରଥ ଲାଗି କାଠ ଚିରଟ ହେବ । ପରମ୍ପରା ମୁତାବକ ରାମ ନବିମୀ ଦିନ ତିନିରଥ ପାଇଁ ୩ଟି କାଠ ଚିଟର ହୋଇଥାଏ । ଶ୍ରୀମନ୍ଦିରରୁ ଆଜ୍ଞାମାଳ ନେଇ ମହାରଣା ସେବାୟତ ରଥ କାଠ ନିକଟରେ ପହଂଚି ସେଠାରେ ପୂଜାଚର୍ଚ୍ଚନା କରିଥାନ୍ତି । ଏହାପରେ ରଥ ନିର୍ମାଣର ପ୍ରସ୍ତୁତି ଆରମ୍ଭ ହୋଇଥାଏ ।