ରାଷ୍ଟ୍ରପତିଙ୍କ ଦୁଇ ଦିନିଆ ଓଡିଶା ଗସ୍ତ ଚୂଡାନ୍ତ ! ଆସନ୍ତା ୧୭ରେ କଟକରେ ଆନନ୍ଦ ଭବନ ମ୍ୟୁଜିଅମର କରିବେ ଲୋକାର୍ପଣ

27

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଦୁଇ ଦିନିଆ ଓଡିଶା ଗସ୍ତ ନେଇ କାର୍ଯ୍ୟସୂଚୀ ଚୂଡାନ୍ତ ହୋଇଥିବା ସୂଚନା ମିଳିଛି । ଆସନ୍ତା ୧୭ ତାରିଖ ଦିନ ସକାଳ ୧୦ଟା ୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ସେ ପହଂଚିବେ । ବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ ଅନର ଦିଆଯିବ । ଏହା ପରେ ସେ କଟକସ୍ଥିତ ନେତାଜୀ ସୁଭାଷ ବୋଷଙ୍କ ଜନ୍ମସ୍ଥଳୀ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ପରେ ୧୨ଟା ୧୫ ବେଳକୁ ରାଷ୍ଟ୍ରପତି ତୁଳସୀପୁର ସ୍ଥିତ ଆନନ୍ଦଭବନ ମ୍ୟୁଜିଅମର ଲୋକାର୍ପଣ କରିବେ ବୋଲି ସ୍ଥିର କରାଯାଇଛି । ପୁରୀରେ ରାତ୍ରି ଯାପନ କରିବା ସହ ୧୮ ତାରିଖ ସକାଳେ ରାଷ୍ଟ୍ରପତି ଶ୍ରୀମନ୍ଦିର ଗସ୍ତ କରି ଶ୍ରୀଜୀଉଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।