ଆଜି ଲଦାଖ୍ ଯିବେ ରାଷ୍ଟ୍ରପତି !

26

କନକ ବ୍ୟୁରୋ : ରାଷ୍ଟ୍ରପତି ରାମନାଥ କୋବିନ୍ଦ  ଆଜି ଲେହ ଓ ଲଦାଖ ଗସ୍ତରେ ଯିବେ ।  ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଯିବେ ରାମନାଥ । ସେ ଲେହର ବାୟୁସେନାର ଷ୍ଟେସନରେ ଅବତରଣ କରିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯିବ । ଲଦାଖରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଉଲେଖନୀୟ ସେବା ପାଇଁ ସ୍କାଉଟ୍ ରେଜିମେଂଟାଲ ସେଂଟରକୁ ରାଷ୍ଟ୍ରପତି କଲର୍ସ ପ୍ରଦାନ କରିବେ ।

ଏହାଛଡ଼ା ରାଷ୍ଟ୍ରପତି ସୀମାରେ ଥିବା ଭାରତୀୟ ସେନାର କେତେକ ଆଗୁଆ ଘାଟି ମଧ୍ୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ସହିତ ଯବାନମାନଙ୍କ ସହ ରାଷ୍ଟ୍ରପତି ଚା ପିଇବାର କାର୍ଯ୍ୟକ୍ରମ ରହିଛି । ଦୁଇ ଦିନ ପୂର୍ବରୁ ଲଦାଖ ଗ୍ରସ୍ତରେ ଯାଇ ଗତକାଲିଠାରୁ ଲେହରେ ପହଁଚିଛନ୍ତି । ରାୱତ ସେନା କମାଣ୍ଡରଙ୍କ ସହ ସୀମା ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତିି । ଲଦାଖରେ ଚୀନ ସେନାର ଅନୁପ୍ରବେଶ ଉଦ୍ୟମ ଓ ସ୍ଥିତି ନେଇ ରାଷ୍ଟ୍ରପତିଙ୍କୁ ରାୱତ ଅବଗତ କରାଇବେ ବୋଲି ଜଣାପଡିଛି ।

ସ୍ୱାଧୀନତା ଦିବସ ଦିନ ଲଦାଖରେ ଚୀନ୍ ସେନା ଜୋରଜବରଦସ୍ତି ଭାରତ ସୀମାକୁ ପଶିବାକୁ ଉଦ୍ୟମ କରିଥିଲା । ଏପରିକି ଉଭୟ ସେନା ମଧ୍ୟରେ ହାତାହାତି ସହ ଧସ୍ତାଧସ୍ତି ହୋଇଥିଲା । ପରେ ଭାରତୀୟ ଯବାନଙ୍କ ଉପରକୁ ଚୀନ ସେନା ପଥର ଫିଙ୍ଗିଥିଲା । ଏସବୁ ଘଟଣା ପରେ ରାଷ୍ଟ୍ରପତିଙ୍କ ଏହି ଗସ୍ତ ଭାରତୀୟ ଯବାନଙ୍କ ମନୋବଳ ବୃଦ୍ଧି କରିବ । ଦିଲ୍ଲୀ ବାହାରକୁ ନବନିର୍ବାଚିତ ରାଷ୍ଟ୍ରପତିଙ୍କ ଏହା ପ୍ରଥମ ଗସ୍ତ ।