ଶପଥ ଗ୍ରହଣ ପୂର୍ବରୁ ରାଜଘାଟରେ ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଂଜଳି ଜଣାଇଲେ ରାମନାଥ କୋବିନ୍ଦ !

40

କନକ ବ୍ୟୁରୋ : ଦେଶର ପ୍ରଥମ ନାଗରିକଙ୍କ ଆଜି ହେବ ଶପଥ ଗ୍ରହଣ ଉତ୍ସବ । ନିବନିର୍ବାଚିତ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ପାର୍ଲାମେଂଟ ଭବନରେ ଶପଥ ନେବେ । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ରାମନାଥ କୋବିନ୍ଦଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ । ଏହା ପୂର୍ବରୁ ରାମନାଥ କୋବିନ୍ଦ ତାଙ୍କ ପତ୍ନିଙ୍କ ସହ ୧୦ ଆକବର ରୋଡରୁ ବାହାରି ରାଜଘାଟ ପହଂଚି ମହାତ୍ମାଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି । ଏଠାରୁ ସେ ରାଷ୍ଟ୍ରପତି ଭବନ ଯିବେ ।

ସେଠାରେ ବିଦାୟୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସହ ଗୋଟିଏ କାରରେ ଯାଇ ପାର୍ଲାମେଂଟରେ ପହଂଚିବେ । ସେଠାରେ ତାଙ୍କୁ ପ୍ରଧାନମନ୍ତ୍ରୀ ଲୋକସଭା ବାଚସ୍ପତି ଓ ଉପରାଷ୍ଟ୍ରପତି ସ୍ୱାଗତ କରିବେ । ଏହାପରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ନୂଆ ରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ଓ ରାଷ୍ଟ୍ରପତି ଭବନ ପରିଦର୍ଶନ ପରେ ରାମନାଥ କୋବିନ୍ଦ । ଏହାପରେ ବିଦାୟୀ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ୧୦, ରାଜାଜୀ ମାର୍ଗ ସ୍ଥିତ ନୂଆ ସରକାରୀ ବାସଭବନକୁ ଯିବେ ।