ଜାତି ଉଦ୍ଦେଶ୍ୟରେ ରାଷ୍ଟ୍ରପତି କୋବିନ୍ଦଙ୍କ ପ୍ରଥମ ଅଭିଭାଷଣ ! ପରସ୍ପର ପ୍ରତି ସମ୍ବେଦନଶୀଳ ହେବାକୁ ଦେଲେ ଆହ୍ୱାନ

27

କନକ ବ୍ୟୁରୋ : ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେ ତାଙ୍କ ବ୍ୟକ୍ତବ୍ୟରେ ଦେଶ ପାଇଁ ବଳିଦାନ ଦେଇଥିବା ସଂଗ୍ରାମୀଙ୍କ ମନେ ପକାଇବା ସହ ତାଙ୍କ ଆଦର୍ଶରେ ଜୀବନକୁ ଗଢିବାକୁ ଆହ୍ୱାନ ଦେଇଛନ୍ତି । ଏବେ ଲୋକଙ୍କ ଭିତରେ ସମ୍ବେଦନଶୀଳତା, ପରସ୍ପର ପ୍ରତି ସହଯୋଗୀ ହେବା ଗୁଣ କମିଯାଉଛି । ଏହାକୁ ନେଇ ଉଦବେଗ ପ୍ରକାଶ କରିବା ସହ ସମସ୍ତଙ୍କୁ ସମ୍ବେଦନଶୀଳ ହୋଇ ଦେଶର ବିକାଶରେ ସକ୍ରୀୟ ଯୋଗଦାନ ଦେବାକୁ ସେ ଆହ୍ୱାନ ଦେଇଛନ୍ତି ।

ଏହା ସହ ୨୦୨୨ରେ ଦେଶର ସ୍ୱାଧୀନତାକୁ ୭୫ ବର୍ଷ ପୁରିବ । ଏହି ସମୟ ସୁଦ୍ଧା ସମସ୍ତ ମୌଳିକ ସୁବିଧା ଥିବା ନ୍ୟୁ ଇଣ୍ଡିଆ ଗଠନର ଚିନ୍ତା କରାଯାଇଥିବା ରାଷ୍ଟ୍ରପତି କୋବିନ୍ଦ କହିଛନ୍ତି । କିନ୍ତୁ ଏଥିପାଇଁ ସରକାର ଓ ଦେଶବାସୀ ମଧ୍ୟରେ ସମନ୍ୱୟ ଆବଶ୍ୟକ ବୋଲି ଜୋରଦେଇଛନ୍ତି ରାଷ୍ଟ୍ରପତି । ଦେଶର ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେବା ପରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଥମ ବାର୍ତ୍ତା ଦେଇଛନ୍ତି ।