ସାଧାରଣତନ୍ତ୍ର ଦିବସ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ବାର୍ତା ଦେଲେ ରାଷ୍ଟ୍ରପତି! ପଦ୍ମାବତ ନେଇ ଦେଶରେ ଚାଲିଥିବା ହିଂସାକାଣ୍ଡକୁ କଲେ ନାପସନ୍ଦ

197

କନକ ବ୍ୟୁରୋ : ପଦ୍ମାବତ୍ ଚଳଚିତ୍ରକୁ ନେଇ ଦେଶରେ ଚାଲିଥିବା ହିଂସାକାଣ୍ଡକୁ ନାପସନ୍ଦ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସାଧାରଣତନ୍ତ୍ର ଦିବସ ପୂର୍ବ ସଂଧ୍ୟାରେ ଜାତି ଉଦ୍ଦେଶ୍ୟରେ ଭାଷଣ ଦେଇ ରାଷ୍ଟ୍ରପତି କହିଛନ୍ତି, ଲୋକଙ୍କ ମଧ୍ୟରେ କୌଣସି ଘଟଣା ପାଇଁ ମତ ପାର୍ଥକ୍ୟ ଥାଇପାରେ । ତେବେ ଏଥିପାଇଁ ସୀମା ଲଂଘନ କରିବା ଏବଂ ଅନ୍ୟ ନାଗରିକଙ୍କୁ ଅସୁବିଧାରେ ପକାଇବା ଅନୁଚିତ । ପଡ଼ୋଶୀଙ୍କୁ ସମ୍ମାନ ଦେବା ସହ ସେମାନଙ୍କର ଅଧିକାର ପ୍ରତି ମଧ୍ୟ ସଚେତନ ରହିବା ଆବଶ୍ୟକ ବୋଲି କହିଛନ୍ତି ରାଷ୍ଟ୍ରପତି ।
ତେଣୁ ବିକ୍ଷୋଭ କରିବା ବେଳେ, ଉତ୍ସବ ପାଳନ ବେଳେ ଅନ୍ୟମାନେ କିପରି ଏଥିରେ ପ୍ରଭାବିତ ହେବେ ନାହିଁ ସେଥିପ୍ରତି ଦୃଷ୍ଟି ଦେବା ଉଚିତ । ବିଶେଷ କରି ଶାନ୍ତିପୂର୍ଣ୍ଣ ସହବସ୍ଥାନ ପାଇଁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆହ୍ୱାନ ଦେଇଛନ୍ତି । ପଦ୍ମାବତ୍ ଫିଲ୍ମ ବିରୋଧରେ ବିକ୍ଷୋଭକାରୀଙ୍କ ହିଂସାକାଣ୍ଡ ଓ ସ୍କୁଲ ବସକୁ ଆକ୍ରମଣ ଘଟଣା ପରିପ୍ରେକ୍ଷୀରେ ଏପରି ସଂଦେଶ ଦେଇଛନ୍ତି ରାଷ୍ଟ୍ରପତି ।