ଗରିବ ଘରେ ଧନୀ ନେତା ! ଓଡିଶାରେ କେନ୍ଦ୍ରମନ୍ତ୍ରୀ ରାମ କ୍ରିପାଲଙ୍କ ପବ୍ଲିସିଟି ଷ୍ଟଂଟ୍

30

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଓଡିଶାରେ କେନ୍ଦ୍ରମନ୍ତ୍ରୀଙ୍କ ପବ୍ଲିସିଟି ଷ୍ଟଂଟ୍ । ଓଡିଆ ଘରେ ଖାଇ ଓଡିଶା ସରକାରଙ୍କ ଉପରେ ବର୍ଷିଲେ ମନ୍ତ୍ରୀ । ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ପଥରଗାଡିଆ ଗାଁରେ ଉତ୍କଳ ଯାଦବ ମହାସଂଘର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରାମ କ୍ରିପାଲ ଯାଦବ । ପଥରଗାଡିଆ ଗାଁକୁ ଯିବା ପୂର୍ବରୁ ମନ୍ତ୍ରୀ ପ୍ରଥମେ ବାରମାଣ ବସ୍ତି ପରିଦର୍ଶନ କରିଥିଲେ ।

ସେଠାକାର ବସ୍ତିବାସିନ୍ଦାଙ୍କ ସହ ଆଲୋଚନା କରିଥିଲେ । ତେବେ ସେମାନଙ୍କ ଘରେ ଖାଇବା ଦୃଶ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ମନ୍ତ୍ରୀ ବସ୍ତିରେ ଭାତ-ଡାଲି ଖାଇବା ସହ ପାଣି ପିଇଥିଲେ । ପରେ ରାଜ୍ୟ ସରକାରଙ୍କ ନୀତିକୁ ସମାଲୋଚନା କରିଥିଲେ । ବାରମାଣରେ କିପରି ଲୋକେ ଖୁବଶୀଘ୍ର ପକ୍କା ଘର ପାଇପାରିବେ ସେନେଇ ଖୁବଶୀଘ୍ର ସମୀକ୍ଷା କରିବେ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।