ଜଗତସିଂହପୁରରେ ପ୍ରଚାର ଆଗରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ କେନ୍ଦ୍ରମନ୍ତ୍ରୀ : ରାମକ୍ରିପାଲ ଯାଦବ କହିଲେ ଓଡିଶା ଏକ ପଛୁଆ ରାଜ୍ୟ

17

କନକ ବ୍ୟୁରୋ : ଜଗତସିଂହପୁରରେ ପଂଚାୟଚ ନିର୍ବାଚନୀ ପ୍ରଚାର ଆଗରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ରାମକ୍ରିପାଲ ଯାଦବ । ରାଜ୍ୟ ସରକାରଙ୍କୁ ବିଭିନ୍ନ କେନ୍ଦ୍ରୀୟ ଯୋଜନାର ହିସାବ ମାଗିଛନ୍ତି ରାମକ୍ରିପାଲ । ଏହା ସହ ଓଡିଶା ଏକ ପଛୁଆ ରାଜ୍ୟ ବୋଲି ସେ କହିଛନ୍ତି ।

କେନ୍ଦ୍ର ସରକାର ଦେଉଥିବା ଅର୍ଥ କୁଆଡେ ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି । ଶିକ୍ଷା କ୍ଷେତ୍ରରେ ଓଡିଶା ପଛୁଆ ରହିଛି । ବିଜୁ ଆବାସ ଯୋଜନାର ଡେଙ୍ଗୁରା ପିଟାଯାଉଛି । କିନ୍ତୁ ଆବାସ ଯୋଜନାରେ ଘରେ ହେଉଥିବା ଦେଖାଯାଉଛି । ୧୭ ବର୍ଷ ଶାସନ ଭିତରେ ନବୀନ କଣ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାମକ୍ରିପାଲ ।