ରାମେଶ୍ୱରରେ ମାତିଲେ ଗଜରାଜ ! ଫସଲ ଖାଉଛନ୍ତି ଯେତିକି ତାହାଠୁ ଅଧିକ ନଷ୍ଟ କରୁଛନ୍ତି

274

କନକ ବ୍ୟୁରୋ : ଖୋର୍ଦ୍ଧା ରାମେଶ୍ୱର ଅଂଚଳରେ ମାତିଛି ହାତୀ । ରାମେଶ୍ୱର ଅଂଚଳର ଫାର୍ମହାଉସ ତଥା ଆଖପାଖ ଅଂଚଳରେ ବିଲରେ ପଶି ହାତୀ ବ୍ୟାପକ ଫସଲ ନଷ୍ଟ କରିଛି । ଲଗାଣ ବର୍ଷା ପରେ ହାତୀ ଉପଦ୍ରବ ଚାଷୀଙ୍କୁ ଚିନ୍ତାରେ ପକାଇଦେଇଛି । ସ୍ଥାନୀୟ ଅଂଚଳରେ ଏବେ ବି ଆତଙ୍କ ଲାଗି ରହିଛି । ୨୦ରୁ ଅଧିକ ହାତୀ ରାମେଶ୍ୱରସ୍ଥିତ ଫାର୍ମ ହାଉସରେ ପଶି ବ୍ୟାପକ କ୍ଷତି ଘଟାଇଛନ୍ତି । ଫାର୍ମ ହାଉସରେ କିଛି ଘର ଭାଂଗି ଦେଇଥିବା ବେଳେ ବ୍ୟାପକ ଭଂଗାରୁଜା କରିଛନ୍ତି ।

ହାତୀ ଆକ୍ରମଣରେ ଜଣେ ଗୁରୁତର ହୋଇଛନ୍ତି । ଏହାସହ ୧୫ ଏକରର ଧାନ ଚାଷ, ରାଶି ଚାଷ, ୨ ଏକରର କଦଳୀ ଚାଷ ଏବଂ ପମ୍ପ ହାଉସ ଘର , ବିଦ୍ୟୁତ୍ ଖୁଂଟ, ପାୱାର ଟିଲର ଭାଂଗି ନଷ୍ଟ କରିଦେଇଛନ୍ତି ।ତେବେ ବାରମ୍ବାର ଏପରି ଭାବରେ ହାତୀ ଆସି ଫସଲ ନଷ୍ଟ କରୁଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି ।