ବଢୁଛି ରମେଶ ଜେନାଙ୍କ ଅଡୁଆ, ଯୋଡି ହେଉଛି ଗୋଟିଏ ପରେ ଗୋଟିଏ ମାମଲା

2

ବଢୁଛି ରମେଶ ଜେନାଙ୍କ ଅଡୁଆ । ଯୋଡି ହେଉଛି ଗୋଟିଏ ପରେ ଗୋଟିଏ ମାମଲା । ନିମଖଣ୍ଡି ଓ ବୋରିଗାଁର ୪ ଏକର ଦେବୋତର ଜମି ହଡପ ନେଇ ଅଭିଯୋଗ ହୋଇଛି । ଏନେଇ ଏକ ମାମଲା ରୁଜୁ କରିଛି ପୁଲିସ । ସେପଟେ ଆଜି ସରୁଛି ରମେଶ ଜେନାଙ୍କ ରିମାଣ୍ଡ ଅବଧି । ଜମି ହଡପ ମାମଲାରେ ଗତ ୯ ତାରିଖରେ ରମେଶଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା ବ୍ରହ୍ମପୁର ପୁଲିସ । ତେବେ ଜେରା ସମୟରେ ସାଇ ଓ ରମେଶ ଜେନାଙ୍କୁ ରମେଶ ସାମ୍ନାସାମ୍ନି ପଚରାଉଚରା କରାଯାଇଥିବା ସୂଚନା ମିଳିଛି । ପୁଲିସ ଚଢାଉ ସମୟରେ ସାଇଙ୍କ ଠାରୁ ବିପୁଳ ପରିମାଣର ଜମି ଦଲିଲ ମିଳିଥିବାରୁ ଏ ସଂପର୍କରେ ପୁଲିସ ତାଙ୍କ ଠାରୁ ତଥ୍ୟ ସଂଗ୍ରହ କରିବାକୁ ଉଦ୍ୟମ ଚଳାଇଛି ।

Comments are closed.