ଡନ୍ ନେତା ରମେଶ ଜେନା ମାମଲା : ପ୍ରଥମ ଚାର୍ଜସିଟ ଦାଖଲ କଲା ବ୍ରହ୍ମପୁର ପୁଲିସ

44

ବ୍ରହ୍ମପୁର ବ୍ୟୁରୋ, କନକ ନ୍ୟୁଜ୍ : ଡନ୍ ନେତା ରମେଶ ଜେନାଙ୍କ ବିରୋଧରେ ପ୍ରଥମ ଚାର୍ଜସିଟ ଦାଖଲ କଲା ବ୍ରହ୍ମପୁର ପୁଲିସ । କଂଗ୍ରେସର ଏହି ପୂର୍ବତନ ନେତାଙ୍କ ବିରୋଧରେ ଡଜନରୁ ଅଧିକ ମାମଲା ରୁଜୁ କରିଛି ପୁଲିସ। ହେଲେ ଗତ  ଫେବୃୟାରୀ୨୯ ତାରିଖରେ ୬ ନମ୍ବର ୱାର୍ଡ କର୍ପୋରେଟର ରଂଜିତ ନାୟକଙ୍କ ଘର ଉପରକୁ ବୋମାମାଡ ଓ ରମେଶ ଜେନାଙ୍କ ବ୍ରହ୍ମପୁର ବାଲିସାହି ଘର ଉପରେ ଚଢାଉ ବେଳେ ବନ୍ଧୁକ ଓ ଟଙ୍କା ଜବତ ହେବା ମାମଲାରେ ପୁଲିସ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଗତ ମାର୍ଚ୍ଚ ୬ ତାରିଖରେ ରମେଶ ଜେନାଙ୍କୁ ଭୁବନେଶ୍ୱରରୁ ଉଠାଇ ନେଇଥିଲା ବ୍ରହ୍ମପୁର ପୁଲିସ  । ଏହାପରେ ତାଙ୍କ ବିରୋଧରେ ବଢିଚାଲିଛି ଅଭିଯୋଗ । ବେଆଇନ ମଦ କାରବାର, ଦାଦା ବଟି ଆଦାୟ, ଜମି ହଡପ, ମାରଣାସ୍ତ୍ର ଓ ଗୁଟଖା କାରବାର ନେଇ ତାଙ୍କ ବିରୋଧରେ ଏକାଧିକ ମାମଲା ରୁଜୁ ହୋଇସାରିଛି ।