୫ ଦିନିଆ ରିମାଣ୍ଡରେ କଂଗ୍ରେସ ନେତା ରମେଶ ଜେନା

107

କଂଗ୍ରେସ ନେତା ରମେଶ ଜେନାଙ୍କୁ ପୁଣି ରିମାଣ୍ଡରେ ନେବ ସଦର ଥାନା ପୋଲିସ । ଜମି ହଡପ ମାମଲାରେ ତାଙ୍କୁ ଆଜିଠାରୁ ୫ ଦିନିଆ ରିମାଣ୍ଡରେ ନେଇ ଜେରା କରିବ ବ୍ରହ୍ମପୁର ପୁଲିସ । ସେହିପରି ପୂର୍ବତନ ସରପଂଚ ଶ୍ରୀନିବାସ ରଥ ହତ୍ୟା ମାମଲାରେ ରମେଶ ଜେନାଙ୍କୁ ଆଉ ଦୁଇ ଦିନିଆ ରିମାଣ୍ଡରେ ନେଇ ଜେରା କରିବ ପୁଲିସ । ଏପଟେ ତାଙ୍କ ସହଯୋଗୀ କୃପାସିନ୍ଧୁ ମୁଦୁଲୀଙ୍କୁ କ୍ରସର ମାଲିକଙ୍କୁ ଧମକାଇବା ଅଭିଯୋଗରେ ୩ ଦିନିଆ ରିମାଣ୍ଡରେ ନେବ ହିଞ୍ଜିଳିକାଟୁ ପୋଲିସ ।