ଅପେକ୍ଷାର ହେଲା ଅନ୍ତ ! ପତଞ୍ଜଳିର ଉତ୍ତରାଧୀକାରୀ ଘୋଷଣା କଲେ ଯୋଗଗୁରୁ ବାବ ରାମଦେବ

90

ବାବା ରାମଦେବ ହରିଦ୍ୱାର ସ୍ଥିତ ପତଞ୍ଜଳି ଯୋଗପୀଠରେ ପ୍ରତିବର୍ଷ କନଫରେନ୍ସ କରନ୍ତି । ଏଥର ଏହି କନଫରେନ୍ସରେ ପତଞ୍ଜଳିର ଟର୍ଣ୍ଣଓଭର ବିଷୟରେ ଆଲୋଚନା ହୋଇଛି । ବାବ ରାମଦେବ କହିଛନ୍ତି ପତଞ୍ଜଳିର ଟର୍ଣ୍ଣଓଭର ୧୦ ହଜାର କୋଟିରୁ ଅଧିକ ହୋଇଛି । ଏହାସହ ସେ ପ୍ରକାଶ କରିଛନ୍ତି ପତଞ୍ଜଜଳିର ଟର୍ଣ୍ଣଓଭର ୧୦୦ ପ୍ରତିଶତ ଦରରେ ବଡୁଛି । ଏବେ ପତଞ୍ଜଳିର ଟର୍ଣ୍ଣଓଭର ୧୦୫୬୧ କୋଟି ଟଙ୍କା ହୋଇଯାଇଛି ।

ରାମଦେବ କହିଛନ୍ତି ଏବେ ଆମ ପାଖରେ ରହିଛି ୩୦-୪୦ ହଜାର କୋଟିର ବାର୍ଷିକ ଉତ୍ପାଦନ ସାମର୍ଥ୍ୟ । ଆସନ୍ତା କିଛି ବର୍ଷ ମଧ୍ୟରେ ଏହି କ୍ଷମତା ୬୦ ହଜାର କୋଟି ଯର୍ଯ୍ୟନ୍ତ ହେବ ବୋଲି ଅନୁମାନ କରାଯାଉଛି । ରାମଦେବ କହିଛନ୍ତି ପତଞ୍ଜଳିକୁ ନେଇ ଲଗାତାର ଭାବେ ଗୁଜବ ଖବର ପ୍ରଘଟ କରାଯାଉଛି । ମୁସଲମାନ ଲୋକଙ୍କୁ କୁହାଯାଉଛି କି ପତଞ୍ଜଳିର ସବୁ ଉତ୍ପାଦରେ ଗୋମୂତ୍ର ମିଶା ଯାଉଛି ।

ଏହାସହ ରାମଦେବ ବାବା ସ୍ପଷ୍ଟ କରି କହିଛନ୍ତିି କେବଳ ୪ରୁ ୫ ଟି ଉତ୍ପାଦରେ ହିଁ ଗୋମୂତ୍ର ମିଶୁଛି, ଯାହା ଆମେ ଉତ୍ପାଦ ଉପରେ ଉଲ୍ଲେଖ କରୁଛୁ । ଏହାସହ ସେ କହିଛନ୍ତି ପତଞ୍ଜଳି ଆସନ୍ତା ୧ରୁ ୨ ବର୍ଷ ଭିତରେ ସବୁଡାରୁ ବଡ ବ୍ରାଣ୍ଡ ହୋଇ ବାହାରିବ । ବାବା ରାମଦେବ କହିଛନ୍ତି ଆମ କମ୍ପାନୀ ଟୁଥପେଷ୍ଟ ବିକ୍ରିକରି ୯୪୦ କୋଟି ଟଙ୍କା ଆୟ କରିଛି । ଏହାସହ ସେ କହିଛନ୍ତି ପତଞ୍ଜଳିର ଉତ୍ତରାଧୀକାରୀ କୌଣସି ବ୍ୟବସାୟୀକୁ କରାଯିବ ନାହିଁ । ଜଣେ ସନ୍ୟାସୀ ହିଁ ହେବ ପତଞ୍ଜଳିର ଉତ୍ତରାଧିକାରୀ ।

                                                   ସୌଜନ୍ୟ- ଅମର ଉଜାଲା