ବଲାଙ୍ଗିରର ବୁର୍ଡାରେ ନିର୍ବାଚନୀ ସଭାରେ ଯୋଗଦେଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ

31

କନକ ବ୍ୟୁରୋ : ବଲାଙ୍ଗିରରେ ପହଁଚିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ । ପଂଚାୟତ ନିର୍ବାଚନରେ ବିଜେପିର ଷ୍ଟାର ପ୍ରଚାରକ ଭାବେ ପ୍ରଚାର କରିବେ ଛତିଶଗଡ ମୁଖ୍ୟମନ୍ତ୍ରୀ ରମଣ ସିଂ । ବଲାଙ୍ଗିର, ସୁନ୍ଦରଗଡ ଓ ଝାରସୁଗୁଡାରେ ରମଣଙ୍କ ପ୍ରଚାର କାର୍ଯ୍ୟକ୍ରମ ରହିଛି । ବଲାଙ୍ଗିରର ନିର୍ବାଚନୀ ସଭାରେ ରମଣ ସିଂ ଉଦବୋଧନ ଦେଇଛନ୍ତି । ପଡୋଶୀର ଧର୍ମ ନିଭାଇବାକୁ ଓଡିଶା ଆସିଛି, ଓଡିଶା- ଏବଂ ଛତିଶଗଡ ମଧ୍ୟରେ ହଜାରେ ବର୍ଷର ଆବେଗିକ ସମ୍ପର୍କ ରହିଆସିଛି ବୋଲି କହିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ।

ଛତିଶଗଡ଼ ଓ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଗୋଟିଏ ମିନିଟ୍‌ ବସିଲେ ମହାନଦୀ ବିବାଦର ସମାଧାନ ହୋଇଯିବ ବୋଲି କହିଛନ୍ତି ରମଣ ସିଂ । ଛତିଶଗଡ ଏବଂ ଓଡିଶା ମଧ୍ୟରେ ରହିଛି ଭାଇଚାରାର ସମ୍ପର୍କ “ଓଡିଶା ବଡଭାଇ ଏବଂ ଛତିଶଗଡ ସାନଭାଇ” ବୋଲି କହିଛନ୍ତି ରମଣ ସିଂ ।

ଏହା ସହିତ ଦେଖନ୍ତୁ ଏହି ଭିଡିଓ :