ରିଲିଜ ହେଲା ବହୁ ପ୍ରତିକ୍ଷିତ ସସପେନ୍ସ ଥ୍ରୀଲର ଫିଲ୍ମ ରମଣ ରାଘବ ଓ ରୋମାଂଟିକ୍ ଡ୍ରାମା ଜୁନୁନିୟତ୍

51

snapped-nawazuddin-siddiquis-amazing-look-on-raman-raghav-2-0ଫ୍ରାଇଡେ ରିଲିଜରେ ଆଜି ପରଦାକୁ ଆସୁଛି ଦୁଇଟି ବଲିଉଡ ଫିଲ୍ମ । ସସପେନ୍ସ ଥ୍ରୀଲର ଫିଲ୍ମ ରମଣ ରାଘବ ଏବଂ ରୋମାଂଟିକ୍ ଡ୍ରାମା ଜୁନୁନିୟତ୍ । ୧୯୬୦ ଦଶକରେ ମୁମ୍ବାଇର ସିରିଏଲ୍ କିଲର ରମଣ ରାଘବକୁ ନେଇ ତିଆରି ହୋଇଛି ଫିଲ୍ମ ରମଣ ରାଘବ । ଫିଲ୍ମର ଟାଇଟଲ କ୍ୟାରେକ୍ଟରରେ ଅଛନ୍ତି ନୱାଜୁଦିନ୍ ସିଦ୍ଦିକି । ଫିଲ୍ମରେ ରହିଛି ନୱାଜୁଦ୍ଦିନଙ୍କ ଦମଦାର ଅଭିନୟ । ପୁଲିସ ଭୂମିକାରେ ଦେଖିବାକୁ ମିଳିବ ଭିକି କୌଶଲଙ୍କୁ । ଫିଲ୍ମର ନିର୍ଦେଶନା ଦେଇଛନ୍ତି ଅନୁରାଗ କଶ୍ୟପ । ତେବେ ପୂର୍ବରୁ କାନ୍ସ ଫିଲ୍ମ ଫେଷ୍ଟିଭାଲରେ ପ୍ରଦର୍ଶିତ ହୋଇ ବେଶ୍ ପ୍ରଶଂସିତ ହୋଇଛି ଫିଲ୍ମ ।

Junooniyat Movie Posterସେପଟେ କ୍ରାଇମ ଥ୍ରୀଲର ଫିଲ୍ମ ରମଣ ରାଘବକୁ ଟକ୍କର ଦେଉଛି ରୋମାଂଟିକ୍ ଫିଲ୍ମ ଜୁନୁନିୟତ୍ । ଫିଲ୍ମର ମେଲ୍ ଲିଡରେ ପୁଲକିତ୍ ସମ୍ରାଟ ଥିବା ବେଳେ ଫିମେଲ୍ ଲିଡରେ ଅଭିନୟ କରିଛନ୍ତି ୟାମୀ ଗୌତମ । ଏହା ଉଭୟଙ୍କ ଦ୍ୱିତୀୟ ଫିଲ୍ମ । ଜଣେ ସେନା ଅଫିସର ଚରିତ୍ରରେ ଦେଖାଦେଇଛନ୍ତି ପୁଲକିତ୍ । ଫିଲ୍ମର ନିର୍ଦେଶନା ଦେଇଛନ୍ତି ବିବେକ ଅଗ୍ନିହୋତ୍ରୀ । ରିଲିଜ୍ ପୂର୍ବରୁ ଫିଲ୍ମର ସମସ୍ତ ଗୀତକୁ ପସନ୍ଦ କରିଛନ୍ତି ଦର୍ଶକ । ଫିଲ୍ମର ଅଧିକାଂଶ ଦୃଶ୍ୟ କାଶ୍ମୀରରେ ସୁଟ୍ ହୋଇଛି ।

ଏହି ଦୁଇ ବଲିଉଡ୍ ସହ ରିଲିଜ୍ ହେଉଛି ହଲିଉଡ୍ ଫିଲ୍ମ ଇଣ୍ଡିପେନଡେନ୍ସ ଡେ, ରିସର୍ଜେନ୍ସ । ୧୯୯୬ ଆମେରିକାନ୍ ସାଇନ୍ସ ଫିକ୍ସନ ଫିଲ୍ମ ଇଣ୍ଡିପେନଡେନ୍ସ ଡେ ର ସିକ୍ୱେଲ୍ ହେଉଛି ଏହି ଫିଲ୍ମ । ଫିଲ୍ମର ନିର୍ଦେଶନା ଦେଇଛନ୍ତି ରୋଲାଣ୍ଡ ଏମରିକ୍ । ଉଭୟ ଟୁ-ଡି ଓ ଥ୍ରୀଡିରେ ତିଆରି ହୋଇଛି ଫିଲ୍ମ ।