ବିବାଦୀୟ ସିଡି ମାମାଲାରେ ମେୟରଙ୍କୁ ସମର୍ଥନ କଲେ ରମାଦେବୀ ଛାତ୍ରୀ

47

ଭୁବନେଶ୍ୱର : ଭୁବନେଶ୍ୱର ମେୟରଙ୍କ ସମର୍ଥନରେ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଓ ବିଜୁ ଛାତ୍ର ଜନତା ଦଳର କର୍ମୀ । ଛାତ୍ର କଂଗ୍ରେସ ସଭାପତି ଚକ୍ରାନ୍ତ କରି ତାଙ୍କୁ ଫଶାଇଥିବା ଅଭିଯୋଗ କଲେ ଛାତ୍ରୀ । ଅଶ୍ଳୀଳ ଭିଡିଓରେ ଏଯାଏ ମେୟରଙ୍କ ସଂପୃକ୍ତି ପ୍ରମାଣିତ ହୋଇନଥିବାବେଳେ କିପରି ଇତିଶ ତାଙ୍କୁ ବାଦନାମ୍ କଲେ ବୋଲି ସେମାନେ ପ୍ରଶ୍ନ କରିଛନ୍ତି । ଏହାର ପ୍ରତିବାଦରେ ଛାତ୍ରୀମାନେ ରମାଦେବୀ ବିଶ୍ୱବିଦ୍ୟାଳୟ ମୁଖ୍ୟ ରାସ୍ତା ଅବରୋଧ କରିଥିଲେ । ଦୀର୍ଘ ସମୟ ଟାୟାର ଜାଳି ରାସ୍ତା ଅବରୋଧ କରି ମେୟର ଅନନ୍ତ ନାରାୟଣ ଜେନାଙ୍କ ପାଇଁ ନ୍ୟାୟ ଓ ଇତିିଶଙ୍କ ଗିରଫ ଦାବି କରିଥିଲେ । ପୋଲିସର ବୁଝାସୁଝା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ :