ଅଶାନ୍ତ ରମାଦେବୀ ! ରମାଦେବୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ବିଲୀନ କରିବା ନିଷ୍ପତିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଲେ ଛାତ୍ରୀ

38

କନକ ବ୍ୟୁରୋ : ଅଶାନ୍ତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ । ରମାଦେବୀ ସ୍ୱୟଂଶାସିତ ମହିଳା ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟରେ ବିଲୀନ କରିବା ନିଷ୍ପତିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଛାତ୍ରୀ । ମୁଖ୍ୟ ଫାଟକରେ ତାଲା ପକାଇବା ସହ ସମ୍ମୁଖ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରି ବିକ୍ଷୋଭ କରିଛନ୍ତି । ପୂର୍ବଭଳି ମହାବିଦ୍ୟାଳୟ ରଖିବା ସହ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାମ୍ପସ ଲାଗି ଖୁବ୍ଶୀଘ୍ର ଜମି ଚିହ୍ନଟ କରିବାକୁ ସେମାନେ ଦାବି କରିଛନ୍ତି । ପୂର୍ବରୁ ରମାଦେବୀ ଅଟୋନୋମସ କଲେଜ ଭାବେ ମାନ୍ୟତା ପାଇଥିଲା ।

ଛାତ୍ରୀମାନେ ରାସ୍ତାକୁ ଓହ୍ଲାଇବା ଫଳରେ ପାଠ ପଢ଼ା ଏକ ପ୍ରକାର ଠପ୍ ହୋଇଯାଇଛି । ଗତକାଲି ମହାବିଦ୍ୟାଳୟର ଅଧ୍ୟାପକ, କର୍ମଚାରୀମାନେ ଛାତ୍ରୀମାନଙ୍କୁ ସମର୍ଥନ କରି ବିକ୍ଷୋଭରେ ସାମିଲ ହୋଇଥିଲେ । ଏପରିକି ସନ୍ଧ୍ୟା ପର୍ଯ୍ୟନ୍ତ କୁଳପତି ଓ ବିଶ୍ୱବିଦ୍ୟାଳୟର କର୍ମଚାରୀଙ୍କୁ ଅଟକ ରଖିଥିଲେ । ପୁଲିସ ପହଁଚି ବୁଝାସୁଝା କରିବା ପରେ କୁଳପତିଙ୍କୁ ଛାଡିଥିଲେ ।