ପିକନିକ୍ ଋତୁରେ ରାମଚଣ୍ଡିରେ ଜମୁଛି ପର୍ଯ୍ୟଟକଙ୍କ ଭିଡ : ଚନ୍ଦ୍ରଭାଗା ନିକଟ ବେଳାଭୂମିରେ ବଣଭୋଜିର ମଜା ଉଠାଉଛନ୍ତି ପର୍ଯ୍ୟଟକ

189

କନକ ବ୍ୟୁରୋ : ବର୍ଷ ଶେଷରେ ଜମୁଛି ପିକନିକ୍ । ଅର୍କକ୍ଷେତ୍ର କୋଣାର୍କ ଓ ରାମଚଣ୍ଡି ପୀଠରେ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ପର୍ଯ୍ୟଟକମାନେ ବଣଭୋଜି କରିବା ସହ ବୋଟିଂର ମଜା ଉଠାଉଛନ୍ତି ।

ଆରମ୍ଭ ହୋଇଯାଇଛି ପର୍ଯ୍ୟଟନ ଋତୁ । କର୍ମମୟ ଜୀବନରୁ ସମୟ କାଢି ପର୍ଯ୍ୟଟକମାନେ ଛୁଟି ଆସିଛନ୍ତି ଏହି ପର୍ଯ୍ୟଟନ ସ୍ଥଳୀ ଅଭିମୁଖେ । ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର, ରାମଚଣ୍ଡି ମନ୍ଦିର ନିକଟ ବେଳାଭୂମୀ ଓ ଚନ୍ଦ୍ରଭାଗା ବେଳାଭୂମିରେ ଲାଗିଛି ପର୍ଯ୍ୟଟକଙ୍କ ଭିଡ ।

ଚନ୍ଦ୍ରଭାଗା ବେଳାଭୂମି ଠାରୁ ମାଆ ରାମଚଣ୍ଡି ପୀଠସ୍ଥଳୀ ଯାଏଁ ପର୍ଯ୍ୟଟକମାନେ ବଣଭୋଜି କରିବାକୁ ପସନ୍ଦ କରୁଛନ୍ତି । ସମୁଦ୍ରରେ ଗାଧୋଇବା ସହ କୁଶଭଦ୍ରା ନଦୀରେ ବୋଟିଂର ମଜା ଉଠାଉଛନ୍ତି ପର୍ଯ୍ୟଟକ ।

ସମୁଦ୍ର ମୁହାଣ ନିକଟ ବେଳାଭୂମୀ ରାସ୍ତା କଡରେ ଜମୁଛି ନାଚ ଗୀତର ଆସର । କିଏ ସାଙ୍ଗ ସହ ଆସିଛି, ତ ଆଉ କିଏ ପରିବାରକୁ ନେଇ ବଣଭୋଜି କରିବା ପାଇଁ ଚନ୍ଦ୍ରଭାଗା ବେଳା ଭୂମିକୁ ଆସିଛନ୍ତି ।