ଅଯୋଧ୍ୟା ପ୍ରସଙ୍ଗରେ ଗୃହମନ୍ତ୍ରୀଙ୍କ ପ୍ରତିକ୍ରିୟା : କହିଲେ, ସକାରାତ୍ମକ ବାତାବରଣ ମଧ୍ୟରେ ମନ୍ଦିର ନିର୍ମାଣ ହେବା ଆବଶ୍ୟକ

101

କନକ ବ୍ୟୁରୋ : ରାମ ମନ୍ଦିରକୁ ନେଇ ବିବାଦ ଚାଲିଥିବା ବେଳେ ଗୃହମନ୍ତ୍ରୀ ରାଜନାଥ ସିଂ ଏହାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ମାମଲା ଏବେ ସୁପ୍ରିମକୋର୍ଟରେ ଏବଂ ମନ୍ଦିର ନିର୍ମାଣ ପାଇଁ ଅପେକ୍ଷା କରିବାକୁ ପଡିବ । ମଧ୍ୟପ୍ରଦେଶ ଗସ୍ତ ସମୟରେଏକ ସାମ୍ବାଦିକ ସମ୍ମିଳନୀରେ ଇକବାଲ ଅନସାରୀଙ୍କ ମନ୍ତବ୍ୟକୁ ନେଇ ସାମ୍ବାଦିକ ପଚାରିଥିବା ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ, ରାମ ମନ୍ଦିର ନିର୍ମାଣ ହେଲେ ସମସ୍ତେ ଖୁସି ହେବେ ।

କିନ୍ତୁ ମୁଁ ଏଥିରେ ବିଶ୍ୱାସ କରେ ଯେ, ଯଦି ଏକ ସକାରାତ୍ମକ ବାତାବରଣ ମଧ୍ୟରେ ମନ୍ଦି ନିର୍ମାଣ ହେବ ତେବେ ସମସ୍ତେ ଅଧିକ ଖୁସି ହେବେ ବୋଲି ରାଜନାଥ କହିଛନ୍ତି । ଅଯୋଧ୍ୟା ମାମଲାରେ ବାବ୍ରି ମସଜିଦର ପକ୍ଷକାର ହସିମ ଅନସାରୀଙ୍କ ପୁଅ ଇକବାଲ ଅନସାରୀ ଏକ ବୟାନ ଦେଇଥିଲେ । ଯେଉଁଥିରେ ସେ କହିଥିଲେ ଯେ, ରାମ ମନ୍ଦିର ନିର୍ମାଣ ପାଇଁ ସରକାର ଅଧ୍ୟାଦେଶ ଆଣିଲେ ଏଥିରେ ତାଙ୍କର କୌଣସି ଆପତି ନାହିଁ । ଇକବାଲ ଅନସାରୀ ଏହା ମଧ୍ୟ କହିଥିଲେ ଯେ, ଯଦି ନୂଆ ଆଇନ ଲାଗୁ କରିବା ଦେଶ ହିତ ପକ୍ଷରେ ତେବେ ନୂଆ ଆଇନ ଆଣିବା ଦରକାର । ଏବଂ ସେ ଆଇନ ପାଳନ କରୁଥିବା ଜଣେ ବ୍ୟକ୍ତି ସେ ଏହାକୁ ମଧ୍ୟ ମାନିବେ ।