ଗତବର୍ଷ ଦୀପାବଳିକୁ ଝୁରୁଛନ୍ତି ବାବା ରାମରହିମ ! ଜେଲ ଅନ୍ଧାରରେ ଦେଖୁଛନ୍ତି ଆଲୁଅର ସ୍ୱପ୍ନ

31

କନକ ବ୍ୟୁରୋ : ପ୍ରତିବର୍ଷ ଧୁମଧାମରେ ଦୀପାବଳି ପାଳୁଥିବା ଡେରାସଚ୍ଚା ଆଶ୍ରମର ମୁଖ୍ୟ ବାବା ରାମ ରହିମ ଓ ତାଙ୍କ ପାଳିତା କନ୍ୟା ହନିପ୍ରୀତଙ୍କ ଭାଗ୍ୟ ଏଥରକ ପୂରା ପଲଟିଯାଇଛି । ଲକ୍ଷାଧିକ ଦିପ ସହ ଚକମକ କରୁଥିବା ଡେରା ଆଶ୍ରମ ଏବେ ଅନ୍ଧାର ଘେରରେ । ଏକାଠି ମିଶି ଦୀପାବଳି ପାଳୁଥିବା ରାମରହିମ ଓ ହନି ଏବର୍ଷ ଦିୱାଲିରେ ପରସ୍ପରଠୁ ଅଲଗା ହୋଇ ଭିନ୍ନ ଭିନ୍ନ ଜେଲରେ ରହିଛନ୍ତି ।

ଆସନ୍ତୁ ଜାଣିବା ରାମରହିମ ଓ ହନୀ ଗତବର୍ଷ କେମିତି ପାଳିଥିଲେ ଦୀପାବଳି ?

honey୨୦୧୬ ପାରେ ଝିଲିମିଲ ହୋଇ ଝଲୁସୁଥିଲା ରାମରହିମଙ୍କ ବିଶାଳ ସାମ୍ରାଜ୍ୟ । ଆଲୁଅର ପର୍ବକୁ ମନଭରି ଉପଭୋଗ କରୁଥିଲେ ବାବା । ୭ଶହ ଏକରର ଡେରାର ଆଶ୍ରମ ସଜ୍ଜା ଯାଇଥିଲା ରଙ୍ଗୀନ ଆଲୁଅରେ । ଗତବର୍ଷ ରେର୍କଡ ବନାଇବା ଉଦ୍ଦେଶ୍ୟରେ ଆଶ୍ରମରେ ଜଳିଥିଲା ପୂରା ୨ଲକ୍ଷ ଦ୍ୱୀପ । କୁହାଯାଏ କି ରାମ ରହିମ ତେଲ ସହ ଘିଅରେ ଜଳାଉଥିଲେ ଲକ୍ଷାଧିକ ଦ୍ୱୀପ । ସତସଙ୍ଗ ସହ ଏଠି ଆୟୋଜିତ ହୋଇଥିଲା ଦୀପାବଳି ପାଇଁ ଗ୍ରାଣ୍ଡ ସେଲିବ୍ରେସନ । ରାଜନେତାଙ୍କ ଠାରୁ ଆରମ୍ଭ କରି ଅଭିନେତାଙ୍କ ଭିଡ ଏଠି ଜମିଥିଲା ।

ଅନ୍ୟପଟେ ଆଲୋକର ପର୍ବ ଦୀପାବଳିରେ ସବୁଠୁ ଅଧିକ ଆକର୍ଷଣୀୟ ଦେଖାଯିବା ପାଇଁ ଦାମୀhoneypreet କପଡା ସହ ଗହଣାରେ ସଜେଇ ହେଉଥିଲେ ହନିପ୍ରୀତ । ଏଥିସହ ଦୀପାବଳିରେ ରାମ ରହିମଙ୍କ କଣ ପିନ୍ଧିବେ, କାହା ସହ ଭେଟିବେ ଓ ପୂରା ଦିନ କଣ କରିବେ ସେ ଏନେଇ ନିଜେ ଧ୍ୟାନ ରଖୁଥିଲେ ହନିପ୍ରୀତ । ପ୍ରତ୍ୟେକ୍ଷଦର୍ଶୀଙ୍କ ଅନୁସାରେ ଦୀପାବଳି ଦିନ ରାମରହିମଙ୍କ ସାମ୍ରାଜ୍ୟର ଡେକୋରେସେନ ପାଇଁ ଖର୍ଚ୍ଚ ହେଉଥିଲା ଲକ୍ଷାଧିକ ଟଙ୍କା ।

ଦିନେ ଆଶ୍ରମର ଜାକଜମକରେରେ ଖୁସି ହେଉଥିବା ରାମରହିମ ଓ ହନି ଏଥରକ ଦୁଇଟି ଭିନ୍ନ ଜେଲରେ ପାଳିବେ ଦିୱାଲି । ଗତ ୫୩ ଦିନ ମଧ୍ୟରେ ରାମରହିମ ଓ ହନିପ୍ରୀତଙ୍କ ଚିକିମିତ ଜୀବନରେ ସବୁ କିଛି ବଦଳି ଯାଇଛି । ଡେରା ଆଶ୍ରମର କଳଙ୍କିତ ରାଜର ପର୍ଦ୍ଧାଫାଶ ହେବା ସହ ଏମାନଙ୍କ ଜୀବନରେ ଖେଳିଛି ଅନ୍ଧାରର ଘୋର ଛାୟା । ଦୀପାବଳିକୁ ଧୁମଧାମରେ ପାଳୁଥିବା ରାମରହିମ ଓ ହନି ଏଥରକ ପ୍ରଥମ ଥର ପାଇଁ ଅଲଗା ହେବା ସହ ଜେଲ ଜୀବନ କାଟୁଛନ୍ତି ।ଜେଲର ଅନ୍ଧାର ଏଥରକ ବାବା ଓ ହନିଙ୍କ ପାଇଁ ବନିବ ନୂଆ ଠିକଣା ।