ଜେଲରେ ମାଙ୍କୁ ଦେଖି କାନ୍ଦି ପକାଇଲା ରାମ ରହିମ୍ ! ୫୦ ମିନିଟ ଯାଏଁ ହେଲା ଦେଖା ସାକ୍ଷାତ 

130

କନକ ବ୍ୟୁରୋ : ବଳାତ୍କାର ମାମଲାରେ ଜେଲଦଣ୍ଡ ଭୋଗୁଥିବା ରାମରହିମଙ୍କୁ ଜେଲରେ ଭେଟିଛନ୍ତି ତାଙ୍କ ମାଆ ନସିବ କୈାର । ରୋହତକ ଜେଲରେ ପାଖାପାଖି ୫୦ ମିନିଟ ଯାଏଁ ଉଭୟଙ୍କ ମଧ୍ୟରେ ହୋଇଛି ଦେଖାସାକ୍ଷାତ । ଅପରାହ୍ନ ପାଖାପାଖି ୩ଟାରେ ଜେଲର ଏକ କକ୍ଷରେ ଉଭୟଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା । ଜେଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁସାରେ, ମା’ଙ୍କୁ ଭାବୁକ ହୋଇଉଠିଥିଲା ରାମରହିମ ।

ସୂଚନା ଅନୁସାରେ, ଏହି ସାକ୍ଷାତ ବେଳେ ଉଭୟଙ୍କ ଆଖିରେ ଥିଲା ଲୁହ । ପାଖାପାଖି ୫୦ ମିନିଟ ଧରି ଚାଲିଥିବା ଏହି ସାକ୍ଷାତ ବେଳେ ମା’ ନସିବ କୈାର ପୁଅ ରାମରହିମଙ୍କୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଥିଲେ । ଏହାପରେ ପାଖାପାଖି ୪ଟା ବେଳେ ଜେଲରୁ ଫେରି ଆସିଥିଲେ ନସିବ କୈାର ।

ram rahimରାମରହିମ ଜେଲ ଯିବାପରେ ଏହା ହେଉଛି ପ୍ରଥମ ଘଟଣା, ଯେତେବେଳେ କେହି ପରିଚିତ ବ୍ୟକ୍ତି ଅର୍ଥାତ୍ ଆତ୍ମୀୟ ସ୍ୱଜନ ଜେଲ ଭିତରେ ତାଙ୍କୁ ଭେଟିବାକୁ ଆସିଥିଲେ । ଜେଲ ଭିତରେ ନିଜ ପରିଚିତ ବ୍ୟକ୍ତିଙ୍କୁ ଭେଟିବାକୁ ରାମରହିମ ଯେଉଁ ତାଲିକା ଦେଇଥିଲେ ସେଥିରେ ୧୦ ଜଣଙ୍କର ନାଁ ଥିଲା । ତାଲିକାର ସବୁଠାରୁ ଶୀର୍ଷରେ ଥିଲା ମା’ ନସିବ କୈାରଙ୍କ ନାଁ । ଏହାଛଡା ହନିପ୍ରୀତ୍, ରାମରହିମଙ୍କ ପୁଅ ଜଶମିତ, ଝିଅ ଚରଣପ୍ରୀତ ଓ ଅମନପ୍ରୀତ୍, ଜ୍ୱାଇଁ ଓ ଡେରାର ଅଧ୍ୟକ୍ଷ ବିପାସନା ଓ ଅନ୍ୟ କିଛି ବ୍ୟକ୍ତିଙ୍କ ନାଁ ରହିଥିଲା ।

Sex addicted ram rahimସାଧ୍ୱୀଙ୍କୁ ବଳାତ୍କାର ମାମଲାରେ ବାବାଙ୍କୁ ୨୦ ବର୍ଷ ଦଣ୍ଡାଦେଶ ଦେଇଛନ୍ତି ସ୍ୱତନ୍ତ୍ର ସିବିଆଇ ଜଜ୍ । ଦୁଇଟି ଦୁଷ୍କର୍ମ ମାମଲାରେ ୧୦ – ୧୦ ବର୍ଷ ପାଇଁ ଜେଲ୍ ଗଲେ ରାମ ରହିମ୍ । ଏହା ସହ ଦୁଇଟି ଯାକ ମାମଲା ପାଇଁ ୧୫ – ୧୫ଲକ୍ଷ ଲେଖାଏଁ ଟଙ୍କା ଦେବେ ଜରିମାନା ରାମ ରହିମ୍ । ପ୍ରାୟ ୬ କୋଟି ଅନୁଗାମୀଙ୍କ ଭଗବାନ ବୋଲାଉଥିବା ରାମରହିମଙ୍କ ଆଗାମୀ ଜୀବନ ଏବେ ଜେଲର ଅନ୍ଧାର କୋଠରୀରେ କଟିବ । ୧୫ବର୍ଷ ତଳର ଏହି ମାମଲାର ଫଇସଲା କରି, ଧର୍ମ ନାଁରେ ଅଧର୍ମ କରୁଥିବା ବ୍ୟକ୍ତିଙ୍କୁ କଡା ବର୍ତ୍ତା ଦେଇଛନ୍ତି କୋର୍ଟ । ଏଥିସହ ଦେଶର ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ବଢାଇଛନ୍ତି । ଆଇପିସିର ଧାରା ୫୧୧, ୫୦୧ ଓ ୩୭୬ରେ ବାବା ରାମମହିମଙ୍କ ବିରୋଧରେ ଦଣ୍ଡାଦେଶ କଲେ ସିବିଆଇ ଜଜ୍ । କୌଣସି ଉଚ୍ଚ ପଦବୀରେ ରହି ଅସାମାଜିକ କାର୍ୟ୍ୟ କରିବା ଓ ବଳାତ୍କାର ଭଳି ସଂଗୀନ ମାମଲାରେ ସର୍ବାଧିକ ୨୦ ବର୍ଷର ଜେଲ ସଜା ଶୁଣାଇଛନ୍ତି ବିଚାରପତି ।

ତେବେ ବିବାଦୀୟ ବାବା ରାମ ରହିମଙ୍କ ଶୟନ କକ୍ଷରୁ ରିସର୍ଜ ପର୍ଯ୍ୟନ୍ତ ଭିତର ଦୃଶ୍ୟ ବିଷୟରେ ଆସନ୍ତୁ ଜାଣିବା – 
ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ବାବା ରାମ ରହିମଙ୍କ ସମସ୍ତ ସମ୍ପତ୍ତିକୁ ପୁଲିସ ସିଲ କରି ଦେଇଛି । ସୂଚନା ଅନୁସାରେ ଏବେ ପର୍ଯ୍ୟନ୍ତ ୧୮ଟି ଜିଲ୍ଲାରେ ୧୦୯୮ ଏକର ଜମି ବିଷୟରେ ସରକାର ପତ୍ତା ଲଗାଇଛି, ଯାହାର ମୂଲ୍ୟ ପାଖାପାଖି ୧୧୫୧ କୋଟି ଟଙ୍କା । ଏହାର କିଛି ଦିନ ପୂର୍ବରୁ ବାବା ରାମ ରହିଙ୍କ ପଂଚକୁଲା ସ୍ଥିତ ଘରକୁ ପୁଲିସ ସିଲ କରିଥିଲା । ଯେଉଁଠି ରାମ ରହିମଙ୍କ ଶୟନ କକ୍ଷର ପ୍ରାଚୁର୍ଯ୍ୟ ଦେଖି ପୁଲିସ ଆଶ୍ଚର୍ଯ୍ୟ ହୋଇଯାଇଥିଲା ।

କେବଳ ଏତିକି ନୁହେଁ ଡେରାରେ ରିଜର୍ଟ, ସ୍ପା ଠାରୁ ଆରମ୍ଭ କରି କ୍ଲବ ପରି ଅନେକ ଆଧୁନିକ ସୁବିଧା ମାନ ମହଜୁଦ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ରାମ ରହିମଙ୍କ ରିଜର୍ଟରେ ସେଭେନ ୱାଣ୍ଡର ଅର୍ଥ ସପ୍ତମ ଆଶ୍ଚର୍ଯ୍ୟ ମହଜୁଦ ରହିଛି । ଏହା ବ୍ୟତୀତ ବାବାଙ୍କ ଡେରାରେ ରେଷ୍ଟୁରାଂଟ, ଏଣ୍ଟରଟେନମେଣ୍ଟପାର୍କ, ସିନେମା ହଲ, ପେଟ୍ରୋଲ ପମ୍ପ , ସ୍ୱତନ୍ତ୍ର ଚିକିତ୍ସାଳୟ, ଆଇଟି କଲେଜ , ମହିଳା କଲେଜ, ଅନ୍ତର୍ଜାତୀୟ ସ୍କୁଲ ମଧ୍ୟ ରହିଛି ।
ଏହା ବ୍ୟତୀତ ବାବାଙ୍କକ ୨୩ ଏକରର ଏମଏସଜି ଗାଁ ରହିଛି । ଯେଉଁଠି ଅନ୍ତରାଷ୍ଟ୍ରୀୟ କ୍ରିକେଟ ଷ୍ଟାଡ଼ିୟମ୍, ଲନ ଟେନିସ କୋର୍ଟ ଏବଂ ସିନ୍ଥେଟିକ କୋର୍ଟ, ରୋଲର ସ୍କେଟିଂ ଷ୍ଟାଡ଼ିିୟମ, ଭଲିବଲ, ହକି , ବାସ୍କେଟବଲ, ଫୁଟବଲ, ଜିମନାଷ୍ଟିକ, ଗନ ସୁଟିଂ, ନେଟବଲ ଷ୍ଟାଡ଼ିୟମ ଆଦି ରହିଛି । ଡେରାରେ ୧୦୦ ସ୍କୋୟାର ମିଟରର ରାମ ରହିମଙ୍କ ସଂସଂଦ କକ୍ଷ ରହିଛି । ଏହା ବ୍ୟତୀତ ଆଶ୍ରମ ଭିତରେ ହେଲିପ୍ୟାଡ଼ ହହିଛି ଯେଉଁଠି ରାମ ରହିମ କିମ୍ବା ଭିଆଇପିଙ୍କ ହେଲିକପ୍ଟର ଅବତରଣ କରେ ।

୧୬୬୦ରେ ସିରସାର ଗାଁରେ ଜଲାଲଆନାର ବାସୀ ସର୍ଦ୍ଦାର ହରବଂଶ ସିଂ ଡେରାର ପ୍ରମୁଖ ରୂପେ ଗାଦିର ଭାର ସମ୍ଭାଳିଥିଲେ । ଏହି ଗାଦିକୁ ସମ୍ବାଳୁଥିବା ସନ୍ଥ ସତନାମ ଡେରାର ପରମ୍ପରାକୁ ଆଗକୁ ବଢ଼ାଇବା ପାଇଁ ନିଜର କାର୍ଯ୍ୟକାଳ ସମୟରେ ଏକ ଛୋଟ ସ୍ଥାନରେ ଅବସ୍ତାନ କରୁଥିଲେ । ୨୩ ସେପ୍ଟେମ୍ବର, ୧୯୯୦ରେ ସନାତନ ଗୁରମିତ ରାମ ରହିମଙ୍କୁ ଗାଦି ଅର୍ପଣ କରିଥିଲେ । ଆଉ ସେହ ଦିନ ଠାରୁ ରାମ ରହିମ ଡେରାର ପ୍ରମୁଖ ଭାବେ କାର୍ଯ୍ୟକାଳ ସମ୍ଭାଳି ଆସୁଥିଲେ ।

ତେବେ ଏବେ ଜେଲରେ ବାବା ରାମ ରହିମଙ୍କ ଜୀବନ ଚର୍ଯ୍ୟା ବିଷୟରେ ଆସ୍ତନ୍ତୁ ଜାଣିବା – 
– ଭୋର ୪.୩୦ ରେ ଶଯ୍ୟାତ୍ୟାଗ
– ସକାଳ ୫ଟାରେ ହାଜିରା ପରେ ଧାଡ଼ିରେ ଛିଡ଼ା ହେବା
– ସକାଳ ୫.୩୦ରେ ଚା ମିଳିବ ଏବଂ ତାପରେ ବ୍ୟାୟାମ କରିବେ ବାବା
– ସକାଳ ୬.୩୦ରେ ବାବା ପ୍ରାର୍ଥନା । ଖରାପ କାମରୁ ଦୂରେଇ ରହିବା ପାଇଁ ଶପଥ ନେବେ
– ୭.୩୦ରେ ଧାଡ଼ିରେ ଛିଡ଼ା ହୋଇ ସକାଳ ଜଳଖିଆ ଗ୍ରହଣ କରିବେ
– ୮.୩୦ରେ ଦଣ୍ଡ ଅନୁଯାୟୀ ବାବା କାମ କରିବେ
– ୧୦.୩୦ରେ କାମ କରିବା ବେଳ ପୁଣି ଥରେ ଧାଡ଼ିରେ ଛିଡ଼ା ହୋଇ ହାଜିରା ଦେବେ
– ୧୧.୩୦ରେ ପୁଣି କାମରେ ଲାଗିବେ
– ୧୨ ଟାରେ ମଧ୍ୟାହ୍ନ ଭୋଜନ ପାଇଁ ବାବାଙ୍କୁ ଅଣାଯିବ
– ଅପରାହ୍ନ ୧ ଟାରେ ମଧ୍ୟାହ୍ନ ଭୋଜନ ଲାଗି ଦାଡ଼ିରେ ରହି ଖାଦ୍ୟ ଆଣିବେ ।
– ୨ଟାରେ ଖାଦ୍ୟ ଖାଇବା ପରେ ବାସନ ମାଜି ବାସନକୁ ଜିମା ଦେବେ । ୩ଟା ପର୍ଯ୍ୟନ୍ତ ବିଶ୍ରାମ
– ଅପରାହ୍ନ ସାଢ଼େ ୩ଟାରେ ଚା ପିଇବା ପାଇଁ ଧାଡ଼ିରେ ଆସିବା ପାଇଁ ପଡ଼ିବ
– ଅପରାହ୍ନ ୪ଟାରେ ଜେଲରେ ସଫେଇ କାମରେ ବାବାଙ୍କୁ ଲଗାଯିବ
– ସନ୍ଧ୍ୟା ୫ଟାରୁ ୬ ଟା ମଧ୍ୟରେ ଜେଲରେ ଥିବା ବାକି ବଏଦୀଙ୍କ ସହ ବସି ଭୋଜନ କରିବେ
– ରାତି ୮ଟାରେ ରେ ରାତ୍ରି ଭୋଜନ ପାଇଁ ଧାଡ଼ରେ ଛିଡ଼ା ହେବାକୁ ପଡ଼ିବ
– ରାତି ୯ଟାରେ କଏଦୀଙ୍କ ସହ ବାରାକରେ ବନ୍ଦ କରାଯିବ ସେଠାରେ ତଳେ କମ୍ବଳ ବିଛାଇ ଶୋଇବାକୁ ପଡ଼ିବ
– ଏହା ବ୍ୟତୀତ ବାବାଙ୍କୁ ନିଜ ବାରାକ ସଫା କରିବାକୁ ହେବ

୪୦୦ଲୋକଙ୍କୁ ନପୁଂସକ କଲେ ବାବା –

ସୂଚନାଯୋଗ୍ୟ ଆଧ୍ୟାତ୍ମିକ ଗୁରୁ ତଥା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂହଙ୍କୁ ୧୫ବର୍ଷ ତଳର ଦୁଷ୍କର୍ମ ମାମଲାରେ ୨୦ବର୍ଷ ପାଇଁ ଜେଲ ଦଣ୍ଡାଦେଶ ହୋଇଛି । ଏହି ଦଣ୍ଡାଦେଶ ହେବାପରେ ରାମ ରହିମ ଜଡ଼ିତ ଥିବା ବିଭିନ୍ନ ଅପରାଧିକ ଘଟଣାର ରହସ୍ୟ ଖୋଲିବାରେ ଲାଗିଛି । ଏହି କ୍ରମରେ ବାବାଙ୍କ ନିକଟବର୍ତ୍ତୀ ଲୋକମାନେ ମିଡିଆ ସାମ୍ନାକୁ ଆସି ନିଜ ନିଜର ମତ ରଖୁଛନ୍ତି । ଏବେ ଜାଣିବାକୁ ମିଳଛି ରାମ ରହିମ ଦୁଷ୍କର୍ମ କରିବା ବ୍ୟତୀତ ୪୦୦ଲୋକଙ୍କୁ ମଧ୍ୟ ନପୁଂସକ କରିଛନ୍ତି ।

ଉଲ୍ଲେଖଯୋଗ୍ୟ, ୨୦୦୦ରୁ ୨୦୦୫ ମଧ୍ୟରେ ପାଖାପାଖି ୪୦୦ଲୋକଙ୍କୁ ରାମ ରହିମ ନପୁଂସକ କରିଥିବା ଅଭିଯୋଗ ହୋଇଛି।  ନପୁଂସକର ଶିକାର ହୋଇଥିବା ହଂସରାଜ କହନ୍ତି, ‘ଦିନେ ବାବା ତାଙ୍କ ପାଖକୁ ଡାକିଥିଲେ ଏବଂ ପ୍ରାର୍ଥନା କରିବାକୁ କହିଥିଲେ । ପ୍ରାର୍ଥନା ପରେ ମୋତେ ନିଶା ବଟିକା ଦେଇ ଥିଲେ । ଯାହାକୁ ଖାଇବା ପରେ ମୋ ସହିତ କ’ଣ ଘଟିଥିଲା ଜଣିନାହିଁ । ତା’ପର ଦିନ ସକାଳୁ ଉଠି ମୋର ଗୁପ୍ତାଙ୍ଗକୁ ଦେଖିଲା ବେଳକୁ ଅସ୍ତ୍ରୋପଚାର ହୋଇଥିବା ଜାଣିବାକୁ ପାଇଥିଲି । ଏହା ପରେ ମୋର ହରମୋନରେ ଭାରସାମ୍ୟ ରହି ନଥିଲା । ରାମ ରହିମ କହନ୍ତି ଯେଉଁମାନେ ନପୁଂସକ ସେମାନଙ୍କୁ ସେ ଭଗବାନଙ୍କ ଦର୍ଶନ କରାଇ ଥାଆନ୍ତି । ୨୦୧୨ରେ ବାବା ରାମ ରହିମ ବିରୋଧରେ ପଞ୍ଜାବ-ହରିୟାଣା ହାଇକୋର୍ଟରେ ମୁଁ ଅଭିଯୋଗ କରିଥିଲି । ଏହି ମାମଲା ଉପରେ ସିବିଆଇ ଯାଞ୍ଚ ଚଳାଇଛି ।

ତେବେ ସୁଚନା ଅନୁସାରେ ବାବାଙ୍କ ଦୋଷୀ ସାବ୍ୟସ୍ତ କରିବା ପରେ ଜଣେ ନପୁଂସକ ହୋଇଥିବାରୁ ଦୁଷ୍କର୍ମ କରିବାକୁ ସେ ଅସମର୍ଥ ବୋଲି ସିବିଆଇ କୋର୍ଟରେ ନିଜକୁ ବଞ୍ଚାଇବାକୁ ରାମ ରହିମ୍ କହିବାରୁ ଅଧିଷ୍ଠିତ ବିଚାରପତି ତତକ୍ଷଣାତ୍ ପଚାରିଥିଲେ, ଆପଣଙ୍କର ଝିଅମାନେ କେମିତି ଜନ୍ମିଲେ ? ରାମ ରହିମଙ୍କର ଦୁଇ ଝିଅ ଡେରା ହଷ୍ଟେଲ୍ରେ ରହୁଛନ୍ତି ବୋଲି ଜଣେ ସାକ୍ଷୀ କହିବାରୁ ସିବିଆଇ ବିଚାରପତି ଏପରି ମନ୍ତବ୍ୟ ଦେଇଥିଲେ । ବିଚାରପତି କହିଥିଲେ ଯେ ସେ ନପୁଂସକ ନୁହନ୍ତି, ଦୁଇ ଝିଅ ତା’ର ପ୍ରମାଣ ଏବଂ ତାଙ୍କର ଦାବି ମିଥ୍ୟା । ସେ ଯାହାହେଉ ଡେରାମୁଖ୍ୟ ଦାବି କରିଥିଲେ ଯେ ୧୯୯୦ ମସିହାରୁ ତାଙ୍କୁ ନପୁଂସକ କରାଯାଇଥିବାରୁ ସେ କୌଣସି ଶାରୀରିକ ସମ୍ପର୍କ ସ୍ଥାପନ କରିବାକୁ ଅସମର୍ଥ । ସୁତରାଂ ଦୁଷ୍କର୍ମ କରିବାର ପ୍ରଶ୍ନ ଉଠୁନାହିଁ । ନିଜକୁ ବଞ୍ଚାଇବାକୁ ରାମ ରହିମ୍ ଅଦାଲତରେ ବହୁ ମିଥ୍ୟା ତଥ୍ୟ ଉପସ୍ଥାପନ କରିଥିଲେ ବୋଲି କୁହାଯାଉଛି । ସେ ମାନସିକ ସ୍ତରରେ ଅସୁସ୍ଥ ଥିବାରୁ ତାଙ୍କ ବିରୋଧରେ ଆସିଥିବା ସମସ୍ତ ମାମଲା ରଦ୍ଦ କରାଯାଉ । ଅଦାଲତ ସେଗୁଡ଼ିକୁ ଖାରଜ କରି ଅଗଷ୍ଟ ୨୫ ତାରିଖ ଦିନ ତାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ ।

ଫେରାର ରାମ ରହିମଙ୍କ କୋଡ଼ ଥିଲା ନାଲି ବ୍ୟାଗ୍ –
ତେବେ ସଦ୍ୟ ସୂଚନା ଅନୁସାରେ ଜଣାପଡ଼ିଛି ରାମ ରହିମ ଫେରାର ହେବାକୁ ଚାହୁଁଥିଲେ । ସାଧ୍ୱୀ ଦୁଷ୍କର୍ମ ମାମଲାରେ ବାବା ରାମରହିମ ଦୋଷୀ ସାବ୍ୟସ୍ତ ହେବାପରେ ୨୦ବର୍ଷ ଜେଲ ଦଣ୍ଡାଦେଶ ହୋଇଛି । ଏହାରି ଭିତରେ ହରିଆଣା ପୁଲିସ ଆଇଜି ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି । କୋର୍ଟରୁ ରାମରହିମଙ୍କ ଫେରାର କରିବା ପାଇଁ ଚକ୍ରାନ୍ତ କରାଯାଇଥିଲା । କୋର୍ଟରୁ ବାବାଙ୍କୁ ଫେରାର କରିବା ପାଇଁ ଚକ୍ରାନ୍ତ କରିଥିଲେ ରାମରହିମଙ୍କ ପୋଷ୍ୟାକନ୍ୟା ହନିପ୍ରୀନ । ଏଥିପାଇଁ ତାଙ୍କ ନାଁରେ ଲୁକ ଆଉଟ ସର୍କୁଲାର ଜାରି କରାଯାଇଛି । ସେହିଭଳି ଡେରା ସଚ୍ଚା ସୌଦାର ମୁଖପାତ୍ର ଆଦିତ୍ୟ ଇନସାନଙ୍କ ନାଁରେ ବି ଲୁକ ଆଉଟ ନୋଟିସ ଜାରି କରାଯାଇଛି ।

ବାବଙ୍କୁ ଫେରାର କରିବା ପାଇଁ ଏକ ରେଡ ବ୍ୟାଗର ବ୍ୟବହାର କରାଯାଇଥିଲା । ଏହି ବ୍ୟାଗଟି ରାମରହିଙ୍କ ପୋଷ୍ୟକନ୍ୟା ହନିପ୍ରୀତ ଇନସାନଙ୍କ ହାତରେ ରହିଥିଲା । ତାଙ୍କୁ ସୁରକ୍ଷା ଯୋଗାଇବା ପାଇଁ ନିଯୁକ୍ତଥିବା କମାଣ୍ଡୋମାନେ ହିଁ ଫେରାର କରିବା ପାଇଁ ଯୋଜନା କରିଥିବା ବେଳେ ସେହି ରେଡବ୍ୟାଗ୍ କୁ ସଙ୍କେତ ଭାବେ ବ୍ୟବହାର କରାଯାଇଥିଲା । ଶେଷରେ ଏହି ଯୋଜନା ସମ୍ପର୍କରେ ହରିଆଣା ପୁଲିସ ଜାଣିପାରି ରାମ ରହିମଙ୍କୁ କୋର୍ଟରୁ ହେଲିକପ୍ଟର ଯୋଗେ ରୋହତକ ସୁନାରିଆ ଜେଲକୁ ନିଆଯାଇଥିବା ପୁଲିସ ଆଇଜି କେକେ ରାଓ କହିଛନ୍ତି । ତେବେ ରାମରହିମଙ୍କୁ ଫେରାର କରାଇବା ଷଡଯନ୍ତ୍ରରେ ସାମିଲ ଥିବା ୫ଜଣ ଯବାନକୁ ମଧ୍ୟ ବହିଷ୍କାର କରାଯାଇଥିବା ରାଓ କହିଛନ୍ତି ।

ଆସନ୍ତୁ ଜାଣିବା ରାମ ରହିମଙ୍କ ବିଷୟରେ କିଛି ବ୍ୟକ୍ତିଗତ କଥା –

ପାଖାପାଖି ୧୦୦ ଏକରରେ ବ୍ୟାପ୍ତ ଅଛି ରାମ ରହିମଙ୍କ ଆଶ୍ରମ । କାଚରେ ତିଆରି ହୋଇଛି ରାମ ରହିମଙ୍କ ଭବନ, ଯାହାକୁ ଗୁମ୍ଫା କୁହାଯାଏ । ଗୁମ୍ପା ଭିତରକୁ ପ୍ରବେଶ ପାଇଁ ରହିଛି ପୟାୟ ୨-୩ଟି ଦରଜା । ଗୁମ୍ପା ପର୍ଯ୍ୟନ୍ତ କେବଳ ବାବାଙ୍କ ଗାଡ଼ି ଯାଏ । ଗୁୁମ୍ଫାର ସମସ୍ତ ସ୍ଥାନ ସାଧା କପଡ଼ାରେ ବେଷ୍ଟନ ହୋଇଛି । ଏହାସହ କମାଣ୍ଡୋ ଶୈଳୀରେ ବନ୍ଧୁକ ଧରି ଶସସ୍ତ୍ର ପ୍ରହରୀ ଆଶ୍ରମ ଜଗିଥାଆନ୍ତି ।

ବାବାଙ୍କ ଗୁମ୍ଫା ତିଆର ହୋଇଛି ବିଲକୁଲ ଏକ ନିଆରା ଢ଼ଙ୍ଗରେ । ବିଳାସପୂର୍ଣ୍ଣ ସୋଫା ଓ ଚିକମିକ କଫଡ଼ାରେ ସଜେଇ ହୋଇଛି ଆଶ୍ରମ । ରାମରହିମ ବାବାଙ୍କର ଅଛନ୍ତି ୨୦୯ ଜଣ ଶିଷ୍ୟା । ସୂଚନା ଅନୁସାରେ ସ୍ୱତନ୍ତ୍ର ପ୍ରକ୍ରିୟାରେ ବଛା ହୁଅନ୍ତି ବାବଙ୍କ ଏହି ଶିଷ୍ୟା । ଏହି ଶିଷ୍ୟାମାନଙ୍କ ମଧ୍ୟରୁ କେବଳ କିଛି ଶିଷ୍ୟାଙ୍କୁ ହିଁ ଗୁମ୍ଫା ଭିତରକୁ ଆସିବା ପାଇଁ ଅନୁମତି ରହିଛି । ଗୁମ୍ପା ଭିତରକୁ ଯିବା ପାଇଁ ବାୟୋମେଟ୍ରିକ ସିଷ୍ଟମ ରହିଛି । ତାଙ୍କ ଶିଷ୍ୟାମାନେ ଗେରୁଆ କିମ୍ବା ଧଳା ରଙ୍ଗର କପଡ଼ା ପିନ୍ଧନ୍ତି ଏବଂ ସବୁବେଳେ କେଶ ଖୋଲା ରଖନ୍ତି । ଏହା ବ୍ୟତୀତ ବାବାଙ୍କ ଖାଇବା ଦାୟିତ୍ୱ, ସାକ୍ଷାତ ଓ ସକାଳୁ ସନ୍ଧ୍ୟା ଯାଏଁ ଷ୍ଟେଜକୁ ନେବା ଆଣିବା କାମରେ ନିୟୋଜିତ ଥାଆନ୍ତି ଶିଷ୍ୟମାନେ । ବାବା ପ୍ରବଚନ ଦେବା ସମୟରେ ବାମ ପଟେ ଏହି ଶିଷ୍ୟାମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ଥାଏ । ପ୍ରବଚନ ଥିବା ହଲରେ ଶିଷ୍ୟାମେନ ହିଁ ସବୁକିଛି ସମ୍ଭାଳନ୍ତି ଓ ବାହାରେ କେବଳ ପୁରୁଷ ସେବକ ମାନେ କାମ କରନ୍ତି ।

ବାବା ରା ରହିମ ଏହି ଗୁମ୍ପାରେ ସ୍ୱତନ୍ତ୍ର ରୂପରେ ପ୍ରସ୍ତୁତ ହୁଅନ୍ତିି । ଖାସ ଲୋକଙ୍କୁ ସାକ୍ଷାତ କିରିବା ପାଇଁ ରହିଛି ସ୍ୱତନ୍ତ୍ର କକ୍ଷ । ଏହି ଗୁମ୍ଫାରେ ଆରାମ କରିବାର ସମସ୍ତ ଚିଜ ମହଜୁଦ ଅଛି । ଏହା ବ୍ୟତୀତ ଯେଉଁ ଗୋଲ ଷ୍ଟେଜରେ ବାବା ପ୍ରବଚନ ଦିଅନ୍ତି ତା ପଚରେ ଚକ ଲାଗିଥାଏ ଆଉ ଉପରେ ଥାଏ ଏକ ହ୍ୟାଣ୍ଡେଲ । ଯାହାଦ୍ୱାରା ଏହି ଷ୍ଟେଜ ସବୁଆଡ଼େ ଯିବାଆସିବା କରିପାରେ । ବାବା ସେହି ଘୁରୁଥିବା ଷ୍ଟେଜ ରେ ଥରେ ଗୋଟିଏ ଘେରା ବୁଲିଆସନ୍ତି । ବାବାଙ୍କର ପୋଷାକ ଚଣ୍ଡୀଗଡ଼ର ଜଣେ ଡ଼ିଜାଇନର ପ୍ରସ୍ତୁତ କରନ୍ତି । ବାବାଙ୍କ ପୋଷାକ ଚମକୁଥିବା ସିଫନରେ ତିଆରି ହୋଇଥାଏ ।

ବାବା ରାମ ରହିମଙ୍କ ଗୁମ୍ଫାରେ ଏକ ଏନଆରଆଇ ଗେଷ୍ଟ ହାଉସ ମଧ୍ୟ ରହିଛି । ଯେଉଁଠି ରହିଛି ଶାନଦାର ସ୍ୱିମିଙ୍ଗ ପୁଲ ଓ ରେଷ୍ଟୁରାଂଟ । ଏହା ବ୍ୟତୀତ ଆଶ୍ରମରେ ଦୁଇଟି ପେଟ୍ରୋଲ ପମ୍ପ । ଆଶ୍ରମର ଗାଡ଼ିକୁ ଚିଠା ଦେଖାଇଲେ ମିଳେ ପେଟ୍ରୋଲ । ଆଶମରେ ଚାଉଳ ଠାରୁ ଆରମ୍ଭ କରି ଆଳୁ , ଟମାଟୋ ପର୍ଯ୍ୟନ୍ତ ସବୁ କିଛି ମିଳେ । ବାବାଙ୍କ ଆଶ୍ରମରେ ବିଭିନ୍ନ ପ୍ରକାରର ମସାଲା ମଧ୍ୟ ତିଆରି ହୋଇଥାଏ । ଅର୍ଥାତ ଆଶ୍ରମ ବାହାରକୁ ଯିବା ବିଲକୁଲ ଦରକାର ନାହିଁ । ବାବାଙ୍କ ଆଶ୍ରମ ଭିତରେ ବୁଲାବୁଲି କରିବା ପାଇଁ ବ୍ୟାଟେରୀ ଚାଳିତ କାର ରହିଛି । ଏହାସହ ଆଶ୍ରମରେ ଏକ ବିଶାଳର ୱାସିଙ୍ଗ ମେସିନ ରହିଛି । ଯେଉଁଠି ଏକାବେଳ ୧୦ରୁ ୧୫ ହଜାର ପର୍ଯ୍ୟନ୍ତ ପୋଷାକ ସଫା ହୋଇପାରିବ । ଆଶ୍ରମରେ ସିସି ଟିଭି ସହ ଏକ କଣ୍ଟ୍ରୋଲ ରୁମ ମଧ୍ୟ ରହିଛି । ଯେଉଁଠି ଦେଶର ସମସ୍ତ ଚ୍ୟାନେଲରେ ନୀରିକ୍ଷଣ ଓ ବାବାଙ୍କ ସମ୍ପର୍କିତ ଖବର ରେକର୍ଡ଼ ହୁଏ ।

୫ଟି ସିନେମା କରିଛନ୍ତି ବାବା ରାମରହିମ –

ଗୁରମିତ ରାମ ରହିମ ସିଂହ ୨୦୧୫ରେ ସିନେମାରେ ପ୍ରବେଶ କରିଥିଲେ । ସେ ନିଜ ସିନେମାରେ ଖତରନାକ ଷ୍ଟଂଟ କରିଛନ୍ତି । ଦୁଇ ବର୍ଷରେ ରାମ ରହିମ ତିଆରି କରିଥିଲେ ୫ ଟି ସିନେମା । ଏହି ସିନେମା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିପାରି ନଥିଲା । କିନ୍ତୁ ରାମରହିମ , ତାଙ୍କ ସିନେମା ଭଲ ଆୟ କରିଛି ବୋଲି ଦାବି କହିଥିଲେ ।

ଏମଏସଜି : ଦ ମେସେଞ୍ଜର ଅଫ ଗଡ଼
ଫେବୃୟାରୀ ୨୧୦ରେ ରାମ ରହିମ ନିଜର ପ୍ରଥମ ସିନେମା ‘ଏମଏସଜି : ଦ ମେସେଞ୍ଜର ଅଫ ଗଡ଼’ ରିଲିଜ ହୋଇଥିଲା । ଏହି ସିନେମା ୧୦୦ କୋଟି ଆୟ କରିଥିଲା ବୋଲି ରାମ ରହମ ଦାବି କହିଥିଲେ । କିନ୍ତୁ ମିଡ଼ିଆ ରିପୋର୍ଟ ଅନୁସାରେ ମାତ୍ର ୧୬.୬୫ କୋଟି ଟଙ୍କା ଆୟ କରିଥିଲା ସିନେମା । ଏହି ସିନେମାର ବଜେଟ ଥିଲା ୩୦ କୋଟି ଟଙ୍କା । ଏହି ପ୍ରକାରେ ରାମ ରହିମଙ୍କୁ ଏହି ସିନେମାରେ କ୍ଷତି ସହବାକୁ ପଡ଼ିଥିଲ । କିନ୍ତୁ ସେ ଏକଥାକୁ ମାନିବା ପାଇଁ ନାରାଜ । ମିଡ଼ିଆ ଅନୁସାରେ ଯେତେବଳେ ରାମରହିମ ଦେଖିଲେ ସିନେମା ଭଲ ପ୍ରଦର୍ଶନ କରୁନାହିଁ ସେତେବେଳେ ସେ ସବୁ ଟିକଟ କିଣି ନେଇଥିଲେ । ଏହି ସିନେମାକୁ ରାମ ରହିମ ୬୬୫ ସ୍କ୍ରିନରେ ରିଲିଜ କରିଥିଲେ ।

ଏନଏସଜି -୨ : ଦ ମେସେଞ୍ଜର –
ପ୍ରଥମ ସିନେମା ରିଲିଜ ହେବାର ସାତ ମାସ ପରେ ରିଲିଜ ହେଲା ବାବାଙ୍କ ଦ୍ୱିତୀୟ ସିନେମା ‘ଏମଏସଜି-୨ : ଦ ମେସେଞ୍ଜର’ ତୃତୀୟ ସପ୍ତାହ ପର୍ଯ୍ୟନ୍ତ ୨୭୫ କୋଟି ଙ୍କା ଆୟ କରିପାରିଥିଲା । ଏହାପାରେ ବାବା ଟ୍ୱିଟରରେ ଘୋଷଣା କଲେ କି ସିନେମା ୩୦୦ କୋଟିରୁ ଅଧିକ କାରବାର କରିଛି । କିନ୍ତୁ ମିଡ଼ିଆ ରିପୋର୍ଟ ଅନୁସାରେ ଏହି ସିନେମା ମାତ୍ର ୧୭ କୋଟି ଟଙ୍କା କାରବାକ କରିଥିଲା ।

ଏମଏସଜି : ଦ ବାରିୟର ଲାୟନ ହାର୍ଟ
୨୦୧୬ରେ ରାମ ରହିମଙ୍କ ଆଗମାୀ ସିନେମା ‘ଏନଏସଜି : ଦ ୱାରିୟର ଲାୟନ ହାର୍ଟ’ ରିଲିଜ ହୋଇଥିଲା । ଏହି ସିନେମାରେ ପଞ୍ଜାବରେ ହାଉସଫୁଲ ରହିଥିଲା ବୋଲି ରାମରିହମ କହିଥିିଲେ । କିନ୍ତୁ ମିଡ଼ିଆ ରିପୋର୍ଟ ଅନୁସାରେ ଏହି ସିନେମା ପ୍ରଥମ ସପ୍ତାହରେ କବେଳ ୫.୭୫ କୋଟିି ଆୟ କରିପାରିଥିଲା । ଅନ୍ୟ ରିପୋର୍ଟରେ କୁହାଗଲା ସିନେମା ମାତ୍ର ୧୭.୬୦ କୋଟିି ଆୟ କରିପାରିଥିଲା ।

ହିିନ୍ଦ କା ନାପାକ କୋ ଜବାବ : ଏନଏସଜି ଲାୟନ ହାର୍ଟ-୨

୨୦୧ ଫେବୃୟାରୀରେ ଆସିଥିଲା ଏହି ସିନେମାରେ ରାମ ରହିମ ପାକିସ୍ତାନ ବିରୋଧରେ ହୋଇଥିବା ସର୍ଜିିକାଲ ଷ୍ଟ୍ରାଇକ ଉପରେ ତିଆରି କରିଥିଲେ । ମିଡ଼ିଆ ରିପୋର୍ଟ ଅନୁସାରେ ଏହି ସିନେମା ୧୪ କୋଟି ଟଙ୍କା କାରବାର କରିଥିଲା । କିନ୍ତୁ ନିର୍ମାତାମାନେ ଦାନି କରିଥିିଲେ ଏହି ସିନେମା ୭ ଦିନରେ ୧୦୦ କୋଟି ଟଙ୍କା ଆୟ କରିଛି ।

ଜଟ୍ଟୁ ଇଞ୍ଜିନିୟର –
ମେ ମାସରେ ରାମ ରହିମଙ୍କର ‘ଜଟ୍ଟୁ ଇଞ୍ଜିନିୟ’ ନାମକ ଏକ ସିନେମା ରିଲିଜ ହୋଇଥିଲା । ଏହାର ଟ୍ୟାଗ ଲାଇନ ଥିଲା ‘ଶକ୍ତିକା ଭଣ୍ଡାର ଟ୍ରିପଲ ଏକ୍ସ’ । ନିଶାସକ୍ତ ଗ୍ରାମୀଣ ଯୁବକଙ୍କୁ ସୁଧାରିବା ଉପରେ ନେଇ ତିଆରି ହୋଇଥିଲା ଏହି ସିନେମା । ରାମ ରହିବ ଦାଦି କରିଥିଲେ ସିନେମା ୩୯୫ କୋଟି ଟଙ୍କା ଆୟ କରିଛି । କିନ୍ତୁ ମିଡ଼ିଆ ରିପୋର୍ଟ ଅନୁସାରେ ଏହି ସିନେମା ମାତ୍ର ୯.୮୩ କୋଟି ଟଙ୍କା ଆୟ କରିପାରିଥିଲା ।