ମାଓ ଅଧ୍ୟୁଷିତ ଅଂଚଳରେ ସୁନ୍ଦର ଶିଶୁ ପ୍ରତିଯୋଗିତା : ରାମ୍ପରେ ଚାଲିଲେ କୋମଳମତି ଶିଶୁ

26

କନକ ବ୍ୟୁରୋ : ଆଦିବାସୀ ଇଲାକାରେ ସୁନ୍ଦର ଶିଶୁ ପ୍ରତିଯୋଗିତା । ମାଓ ଅଂଚଳରେ କରାଯାଇଛି କୋମଳମତିଙ୍କ ର‌୍ୟାମ୍ପ ଶୋ । ଶିଶୁ ମୃତ୍ୟୁ ଓ ପୁଷ୍ଟିହୀନତା ଲାଗି ଚର୍ଚ୍ଚାରେ ରହି ଆସୁଥିବା ମାଲକାନଗିରି ଜିଲ୍ଲାରେ ଦେଖିବାକୁ ମିଳିଛି ଏହି ଦୃଶ୍ୟ ଜିଲ୍ଲାରେ ଶିଶୁ ମୃତ୍ୟୁ ହାର ଅଧିକ ରହୁ ଥିବା ବେଳେ ଏହାକୁ ରୋକିବା ଲାଗି ଅଭିନବ ପ୍ରୟାସ କରିଛି ଜିଲ୍ଲା ସମାଜ ମଙ୍ଗଳ ବିଭାଗ । ପ୍ରତିଟି ଆଙ୍ଗନଓାଡି ସ୍ତରରୁ ସୁନ୍ଦର, ହୃଷ୍ଟ-ପୃଷ୍ଟ ଏବଂ ସମସ୍ତ ଟୀକା ପାଇଥିବା ଶିଶୁମାନଙ୍କୁ ଚିହ୍ନଟ କରାଯାଇ ବ୍ଲକସ୍ତରରେ ସେମାନଙ୍କୁ ପୁରଷ୍କୃତ କରିଛି ସମାଜ ମଙ୍ଗଳ ବିଭାଗ ।

ସେହିପରି ମାଲକାନଗିରି ଜିଲ୍ଲାରେ ସର୍ବାଧିକ ବାଲ୍ୟ ବିବାହ ହେଉଥିବାରୁ ଏହାକୁ ରୋକିବା ଲାଗି ସଚେତନାତା ମୂଳକ କାର୍ଯ୍ୟକ୍ରମ ହାତକୁ ନେଇଛି ଜିଲ୍ଲାର କୋରୁକୋଣ୍ଡା ବ୍ଲକର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ।

malkangiri

କୋମଳମତି ଶୁଶୁଙ୍କ ନେଇ ଏକ ର‌୍ୟାମ୍ପ ଶୋର ଆୟୋଜନ କରାଯିବ ସହ ସେମାନଙ୍କୁ ବାଲ୍ୟ ବିବାହର ଅପକାରିତ ସମ୍ପର୍କରେ ବୁଝାଯାଇଛି । କମ ବୟସରେ ବିବାହ ନ କରିବାକୁ ଆଦିବାସୀ ଝିଅମାନଙ୍କୁ ବୁଝାଇଛନ୍ତି ।