ରାମନାଥ କୋବିନ୍ଦ ଦେଶର ପ୍ରଥମ ନାଗରିକ ! ଜାଣନ୍ତୁ କେତେ ନମ୍ବରରେ ହୋଇପାରନ୍ତି ଆପଣ ?

45

ରାମନାଥ କୋବିନ୍ଦ ଶପଥ ନେବା ପରେ ଦେଶର ପ୍ରଥମ ନାଗରିକ ହୋଇ ଯାଇଛନ୍ତି । ଏହି ଅବସରରେ ଆମେ ଆପଣଙ୍କୁ ଜଣାଇବୁ ଟେବୁଲ ଅଫ ପ୍ରେସିଡ଼େନ୍ସ ମୁତାବକ ଅନ୍ୟ ପଦପଦବୀରେ ଥିଲା ବ୍ୟକ୍ତି ମାନେ କେତେ ନମ୍ବରରେ ଅଛନ୍ତି ।

ରାଷ୍ଟ୍ରପତି ସଚିବାଳୟ ତରଫରୁ ଜାରି ହୋଇଥିବା ଏକ ଆଦେଶ ମୁତାବକ, ଷ୍ଟେଟ ସେରେମନୀରେ ଟେବୁଲ ଅଫ ପ୍ରେସିଡ଼େନ୍ସ ମୁତାବକ ହି ରାଙ୍କ ପ୍ରସ୍ତୁତ ହୁଏ । ଏହି ରାଙ୍କ ଅନୁସାରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଦେଶର ଉପରାଷ୍ଟ୍ରପତି । ହମିଦ ଅନସାରୀ ଏବେ ଦେଶର ଦ୍ୱିତୀୟ ନାଗରିକ । କିନ୍ତୁ ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ଶେଷ ହେବା ପରେ ଏମ ଭେଙ୍କେୟା ନାଇଡ଼ୁ କିମ୍ବା ଗୋପାଲକୃଣ୍ଣ ଗାନ୍ଧୀ ଦ୍ୱିତୀୟ ସ୍ଥାନରେ ରହିବେ ।

ଜାଣନ୍ତୁୁ ଟେବୁଲ ଅଫ ପ୍ରେସିଡ଼େନ୍ସ ମୁତାବକ କିଏ କେଉଁ ସ୍ଥାନରେ ଅଛନ୍ତି –
ସ୍ଥାନ -୧ . ରାଷ୍ଟ୍ରପତି
ସ୍ଥାନ-୨. ଉପରାଷ୍ଟ୍ରପତି
ସ୍ଥାନ -୩. ପ୍ରଧାନମନ୍ତ୍ରୀ
ସ୍ଥାନ-୪. ରାଜ୍ୟପାଳ (ନିଜ ରାଜ୍ୟର)
ସ୍ଥାନ-୫. ପୂର୍ବ ରାଷ୍ଟ୍ରପତି
ସ୍ଥାନ-୫. ଚିଫ ଜଷ୍ଟିସ ଅଫ ଇଣ୍ଡିଆ, ଲୋକସଭା ସ୍ପିକର
ସ୍ଥନ-୭. କେନ୍ଦ୍ରୀୟ କ୍ୟାବିନେଟ୍ ମିନିଷ୍ଟର, ମୁଖ୍ୟମନ୍ତ୍ରୀ(ନିଜ ନିଜ ରାଜ୍ୟର), ଡେପୁଟି ଚେୟାରମ୍ୟାନ, ପ୍ଲାନିଂ କମିଶନ, ପୂର୍ବ ପ୍ରଧାନମନ୍ତ୍ରୀ, ସଂସଦର ବିପକ୍ଷ ନେତା
ସ୍ଥାନ -୭ଏ .ଭାରତ ରତ୍ନ ହାସଲ କରିଥିବା ବ୍ୟକ୍ତି ସମୂହ
ସ୍ଥାନ -୮. ଆମ୍ବାସଡ଼ର, ମୁଖ୍ୟମନ୍ତ୍ରୀ ( ଅନ୍ୟ ରାଜ୍ୟର), ରାଜ୍ୟପାଳ(ଅନ୍ୟ ରାଜ୍ୟର)
ସ୍ଥାନ -୯. ଚେୟାରପର୍ସନ, ୟୁପିଏଏସସି, ଚିଫ ଇଲେକ୍ସନ କମିଶନ, ସିଏଜି
ସ୍ଥାନ -୧୦ . ଡେପୁଟି ଚେୟାରମ୍ୟାନ୍, ରାଜ୍ୟସଭା, ରାଜ୍ୟର ଉପମୁଖ୍ୟମନ୍ତ୍ରୀ, ଡେପୁଟି ସ୍ପିକର,ଲୋକସଭା, ପ୍ଲାନିଂ କମିଶନର ସଦସ୍ୟ, କେନ୍ଦ୍ରରେ ରାଜ୍ୟ ମନ୍ତ୍ରୀ

ଏହି ଟେବୁଲରେ ପାଖାପାଖି ୨୬ ପର୍ଯ୍ୟନ୍ତ ରାଙ୍କିଂ ହୋଇଛି । ଶେଷ ସ୍ଥାନରେ ଅଛନ୍ତି ଭାରତ ସରକାରର ଜଏଂଟ ସେକ୍ରେଟାରୀ । ମେଜର ଜେନେରାଲ ଅଧିକାରୀ ମଧ୍ୟ ଏଥିରେ ସାମିଲ ଅଛନ୍ତି । ଏହି ସୂଚୀ ମୁତାବକ ଯଦି ଆପଣ ସାଧାରଣ ନାଗରିକ ତେବେ ୨୭ ନମ୍ବରରୁ ଆପଣଙ୍କ ସମ୍ଭାବନା ଆରମ୍ଭ ହେଉଛି ।