ଆସନ୍ତା ଦୀପାବଳି ସୁଦ୍ଧା ଅଯୋଧ୍ୟାରେ ଶେଷ ହେବ ରାମ ମନ୍ଦିର ! ଦୃଢୋକ୍ତି ପ୍ରକାଶ କଲେ ବିଜେପି ସାଂସଦ

38

କନକ ବ୍ୟୁରୋ : ଅଯୋଧ୍ୟାରେ ଖୁବଶୀଘ୍ର ନିର୍ମାଣ ହେବ ରାମ ମନ୍ଦିର ଏବଂ ଆସନ୍ତାବର୍ଷ ଦୀପାବଳି ବେଳକୁ ଶ୍ରଦ୍ଧାଳୁ ମାନେ ଏଠାରେ ପୂଜା କରିପାରିବେ । ବିଜେପିର ବରିଷ୍ଠ ନେତା ତଥା ସାଂସଦ ସୁବ୍ରମଣ୍ୟନ୍ ସ୍ୱାମୀ ଏଭଳି ଆକଳନ କରିଛନ୍ତି । ପାଟନାରେ ଏକ ସଭାରେ ସ୍ୱାମୀ କହିଛନ୍ତି ଯେ, ରାମମନ୍ଦିର ନିର୍ମାଣରେ ଦେଖା ଯିବାକୁ ଥିବା ସମସ୍ତ ପ୍ରତିବନ୍ଧକକୁ ଦୂର କରାଯାଉଛି । ଏହାଛଡା ଏହି ପ୍ରତିବନ୍ଧକ ଦୂର ହେବା ପରେ ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ଆଉ ଦିନ କେଇଟା ପରେ ଆମେ ଦୀପାବଳି ପାଳନ କରିବାକୁ ଯାଉଛେ କିନ୍ତୁ ଆଗାମୀ ଦୀପାବଳୀରେ ଆମେ ରାମ ମନ୍ଦିରରେ ଦୀପ ଜାଳୁଥିବା ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସୁବ୍ରମଣ୍ୟନ୍ ।

595893-swamyଏହାଛଡା ମୋଦି ସରକାର ଉପରେ ମଧ୍ୟ ଟିକିଏ କଡା ମନ୍ତବ୍ୟ ଦେଇଛନ୍ତି ସ୍ୱାମୀ । କେବଳ ବିକାଶର ଦ୍ୱାହି ଦେଇ ଭୋଟ ହାସଲ କରିହେବ ନାହିଁ । ଭୋଟ ହାତେଇବା ପାଇଁ ହିନ୍ଦୁତ୍ୱ ଉପରେ ମଧ୍ୟ ଗୁରୁତ୍ୱ ଦେବା ଉପରେ ଜୋର ଦେଇଛନ୍ତି ସ୍ୱାମୀ । ଅଯୋଧ୍ୟାରେ ନିଶ୍ଚିତ ଭାବେ ରାମ ମନ୍ଦିର ନିର୍ମାଣ ହେବ । ଏହାସହ ଜଗତଜନନୀ ସୀତା ମାତାଙ୍କ ଜନ୍ମସ୍ଥଳୀରେ ମଧ୍ୟ ଜାନକୀ ମନ୍ଦିର କରାଯିବା ଆବଶ୍ୟକ ବୋଲି ସ୍ୱାମୀ କହିଥିଲେ । ଏହି ମନ୍ଦିର ହିନ୍ଦୁ ଜାଗରଣ ପାଇଁ ନିହାତି ଆବଶ୍ୟକ । କାରଣ ମାତା ସୀତାଙ୍କ ବିନା ଶ୍ରୀରାମଙ୍କ କଳ୍ପନା କରିବା ଅସମ୍ଭବ । ଏହାଛଡା ସ୍ୱାମୀ କହିଛନ୍ତି ନିର୍ମାଣ ହେବାକୁ ଥିବା ମାତା ସୀତାଙ୍କ ଜାନକୀ ମନ୍ଦିର ବିଶ୍ୱର ସବୁଠାରୁ ବଡ ମନ୍ଦିର ହେବ । ଏହି ମନ୍ଦିର ପରିସରରେ ଏକ ବିଶ୍ୱବିଦ୍ୟାଳୟ ଖୋଲାଯିବ ବୋଲି ସେ କହିଛନ୍ତି ।