ରାମ ମନ୍ଦିର ନିର୍ମାଣ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ! ହଠାତ୍ ନିର୍ମାଣ ହେବ ରାମ ମନ୍ଦିର, ଉପରସ୍ତରରୁ ମିଳିଛି ଗ୍ରୀନ ସିଗନାଲ

47

ଅଯୋଧ୍ୟାରେ କୌଣସି ବି ମୁହୂର୍ତରେ ଆରମ୍ଭ ହୋଇପାରେ ରାମମନ୍ଦିର ନିର୍ମାଣ । ଏଭଳି ସଂକେତ ଦେଇଛନ୍ତି ବିଶ୍ୱ ହିନ୍ଦୁ ପରିଷଦ ଓ ରାମମନ୍ଦିର ନ୍ୟାସ ମଣ୍ଡଳିର ସଦସ୍ୟ ରାମବିଳାସି ବେଦାନ୍ତି । ସେ କହିଛନ୍ତି ବାବ୍ରୀ ମସଜିଦକୁ ଧ୍ୱଂସ କରିବା ଭଳି ଅଚାନକ ରାମ ମନ୍ଦିର ନିର୍ମାଣ କରାଯିବ । ରାମମନ୍ଦିର ନିର୍ମାଣ ନହେବା ସାଧୁସନ୍ଥ ମାନଙ୍କୁ ବିଚଳିତ କରିଛି । ଯଦି ୨୦୧୯ ନିର୍ବାଚନ ପୂର୍ବରୁ ମନ୍ଦିର ନିର୍ମାଣ ନହୁଏ ତେବେ ବିକଳ୍ପ ବ୍ୟବସ୍ଥା ରହିଛି । ସେଥିପାଇଁ ପୂରା ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇ ସାରିଛି । ସେହି ଯୋଜନା ଅନୁଯାୟୀ ମନ୍ଦିର ନିର୍ମାଣ ହେବ । ଆଉ ଏହାକୁ ଉପରସ୍ତରରେ ଗ୍ରୀନ ସିଗନାଲ ମଧ୍ୟ ମିଳିଛି ।

ram mandirବାବ୍ରୀ ମସଜିଦକୁ ଯେପରି ହଠାତ୍ ଭଙ୍ଗା ଯାଇଥିଲା ଠିକ୍ ସେହିଭଳି ଢ଼ଙ୍ଗରେ ଅଚାନକ ଭାବେ ରାମ ମନ୍ଦିର ନିର୍ମାଣ ହେବ । କିନ୍ତୁ ଏଭଳି କରିବା ପୂର୍ବରୁ ଆଉ କିଛି ଦିନ ଅପେକ୍ଷା କରାଯିବ । ଯଦି ମୋଦି ସରକାର ଏନେଇ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଏହି ବିକଳ୍ପକୁ ଲଏାଗୁ କରାଯିବ । ଏସବୁ ଭିତରେ ଆଜି ଅଯୋଧ୍ୟାରେ ସାଧୁସନ୍ଥ୍ଙ୍କ ସମ୍ମିଳନୀ ଆରମ୍ଭ ହୋଇଛି । ଏହାକୁ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉଦଘାଟନ କରିବେ । ଯୋଗୀଙ୍କ ନିକଟରେ ରାମମନ୍ଦିର ନିର୍ମାଣ ପାଇଁ ଦାବି ରଖିପାରନ୍ତି ସାଧୁସନ୍ଥ । ବିଶ୍ୱ ହିନ୍ଦୁ ପରିଷଦର ପୂର୍ବତନ ଅଧକ୍ଷ ପ୍ରବୀଣ ତୋଗାଡିଆ ମଧ୍ୟ ଆସନ୍ତାକାଲି ଯୋଗଦେବେ । ତେଣୁ ରାମମନ୍ଦିର ନିର୍ମାଣ ପ୍ରସଙ୍ଗ ପୁଣି ଜୋର ଧରିଛି ।