କେଜରିୱାଲଙ୍କ ହାତ ଛାଡିଲେ ଜେଠମାଲାନୀ ! ଆଉ ଲଢିବେନି କେଜରିୱାଲଙ୍କ ବିରୋଧରେ ଦାଏର ହୋଇଥିବା ମାନହାନୀ ମୋକଦ୍ଦମା

20

କନକ ବ୍ୟୁରୋ : କେଜରିୱାଲଙ୍କ ହାତ ଛାଡିଲେ ଜେଠମାଲାନୀ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ପାଇଁ ଆଉ ମାନହାନୀ ମାମଲା ଲଢିବେନି ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ରାମ ଜେଠମାଲାନୀ । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀଙ୍କ ଦ୍ୱାରା କେଜରିୱାଲଙ୍କ ବିରୋଧରେ ଦାଏର ହୋଇଥିବା ମାନହାନୀ ମୋକଦ୍ଦମା ଲଢୁଥିବା ଜେଠମାଲାନୀ ଏଥିରୁ ଓହରି ଯାଇଛନ୍ତି ।

ମାମଲା ସଂପର୍କରେ ବ୍ୟକ୍ତିଗତ ଆଲୋଚନା ବେଳେ କେଜରିୱାଲ ଜେଟଲୀଙ୍କ ବିରୋଧରେ ଅଶାଳୀନ ଶବ୍ଦ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି ଜେଠମାଲାନୀ । ଏହା ସହ ତାଙ୍କ ଓକିଲାତି ପାଉଣା ବାବଦକୁ ସେ ୨ କୋଟି ଟଙ୍କା ମଧ୍ୟ ଦାବି କରିଛନ୍ତି । ଏ ସଂପର୍କରେ କେଜରିୱାଲଙ୍କୁ ଏକ ଚିଠି ଲେଖିଛନ୍ତି ଜେଠମାଲାନୀ । ଗତ ମେ ୧୭ରେ ଦିଲ୍ଲୀ ହାଇକୋର୍ଟରେ ମାମଲାର ଶୁଣାଣି ବେଳେ ଜେଟଲୀଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିଲେ ଜେଠମାଲାନୀ । ଯେଉଁଥିପାଇଁ ପୁଣି ଥରେ କେଜରିୱାଲଙ୍କ ବିରୋଧରେ ମାନହାନୀ ମାମଲା ରୁଜୁ କରିଥିଲେ ଜେଟଲୀ ।

ତେବେ ଜେଟଲୀଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ ପାଇଁ ଜେଠମାଲାନୀଙ୍କୁ କହିନଥିବା ଦର୍ଶାଇ ଗତକାଲି କୋର୍ଟରେ ଏକ ସତ୍ୟପାଠ ଦାଖଲ କରିଥିଲେ କେଜରିୱାଲ । ଯେଉଁଥି ପାଇଁ କ୍ଷୁବ୍ଧ ହୋଇ ତାଙ୍କ ଓକିଲ ଜେଠମାଲାନୀ ଏପରି ପଦକ୍ଷେପ ନେଇଥିବା ସନ୍ଦେହ କରାଯାଉଛି ।