ଅଯୋଧ୍ୟା ବିବାଦ ନେଇ ସୁପ୍ରିମକୋର୍ଟରେ ଆଜି ସୁପ୍ରିମ ଶୁଣାଣି । ଦିନ ସାଢେ ୧୦ଟାରେ ୫ ଜଣିଆ ସାମ୍ବିଧାନିକ ପୀଠ କରିବ ଶୁଣାଣି

ଅଯୋଧ୍ୟା ବିବାଦ ନେଇ ସୁପ୍ରିମକୋର୍ଟରେ ଆଜି ସୁପ୍ରିମ ଶୁଣାଣି

60

କନକ ବ୍ୟୁରୋ : ରାମ ମନ୍ଦିରକୁ ନେଇ ଆଜି ସୁପ୍ରିମ କୋର୍ଟରେ ପାଞ୍ଚ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ । ଆଜି ସକାଳ ୧୦.୩୦ରୁ ରାମ ମନ୍ଦିର ସମ୍ପର୍କରେ ଶୁଣାଣି ହେବ ବୋଲି ସୂଚନା ମିଳିଛି ।ତେବେ ଏହି ଖଣ୍ଡପୀଠର ନେତୃତ୍ୱ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ନେବେ । ମିଳିଥିବା ସୂଚନା ଅନୁସାରେ ଗତ ୬ ତାରିଖରେ ରାମ ମନ୍ଦିରର ଶୁଣାଣି କରିବା ପାଇଁ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରାଯାଇଥିଲା । ଏହି ଖଣ୍ଡପୀଠରେ ଜଷ୍ଟିସ ଏସ.ଏ. ବୋବଡେ, ଜଷ୍ଟିସ ଏନ.ଭି ରମନ୍ନା, ଜଷ୍ଟିସ ୟୁୟୁ ଲଳିତ ଏବଂ ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଥିବା ନେଇ ସୂଚନା ମିଳିଛି ।

 

ଏହି ଖଣ୍ଡପୀଠ ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ବିରୋଧରେ ଆବେଦନ ହୋଇଥିବା ଯାଚିକା ଉପରେ ଶୁଣାଣୀ କରିବେ । ଗତ ଜାନୁଆରୀ ୪ରେ ମାମଲାର ଶୁଣାଣୀ ସମୟ ଯେତେବେଳେ ଆସିଥିଲା, ଏ ବାବଦରେ କୌଣସି ସୂଚନା ନଥିଲା ଯେ, ଭୂମି ବିବାଦ ସମ୍ବିଧାନ ପୀଠକୁ ପଠାଯିବ । କାରଣ ଶୀର୍ଷ ଅଦାଲତରେ କେବଳ ଏତିକି କୁହାଯାଇଥିଲା ଯେ, ମାମଲାରେ ଗଠିତ ହେବାକୁ ଥିବା ଉଚିତ ପୀଠ ଜାନୁଆରୀ ୧୦ରେ ଆଗାମୀ ଶୁଣାଣୀ କରିବେ । ତେବେ ଅନେକ ଦିନ ହେବ ରାମ ମନ୍ଦିରକୁ ନେଇ ବିବାଦ ଲାଗି ରହିଛି । ମନ୍ଦିର ନିର୍ମାଣ କରିବା ପାଇଁ ଅନେକ ହିନ୍ଦୁ ସଂଗଠନ ଗୁଡିକ ମୋଦି ସରକାରଙ୍କ ଉପରେ ଚାପ ପକାଉଛନ୍ତି ।କେବଳ ଚାପ ପକାଉଛନ୍ତି ତାହା ନୁହେଁ ମନ୍ଦିର ନିର୍ମାଣ କରିବା ପାଇଁ ସରକାରଙ୍କୁ ଅଧ୍ୟାଦେଶ ଆଣିବା ପାଇଁ କହୁଛନ୍ତି । ତେବେ ଆଜି ହେବାକୁ ଥିବା ଶୁଣାଣି ଉପରେ ସାରା ଦେଶ ନଜର ରହିଛି ।

Comments are closed.