ଟ୍ୱିଟର ପରେ ଏବେ ଫେସବୁକରେ ରାମ ଗୋପାଳ ! ଅନୁରାଗ କଶ୍ୟପଙ୍କ ସହ ରାମୁଙ୍କ ଫଟୋ ଭାଇରାଲ୍

38

ବଲିଉଡ ନିର୍ଦ୍ଦେଶକ ରାମ ଗୋପାଳ ବର୍ମା । ଦୀର୍ଘ ସମୟ ଧରି ବକ୍ସ ଅଫିସରେ ନିଜର କମାଲ ନ ଦେଖାଇଥିଲେ ବି ସୋସିଆଲ ମିଡିଆରେ କିନ୍ତୁ ଖୁବ୍ ଚର୍ଚ୍ଚାରେ । ପ୍ରଥମେ ଟ୍ୱିଟରରକୁ ନେଇ ବିବାଦରେ ଥିଲେ ରାମୁ । ଏହାକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଥିଲା । କିନ୍ତୁ ‘ସରକାର-୩’ଫିଲ୍ମର ରିଲିଜ ପୂର୍ବରୁ ରାମୁ ଟ୍ୱିଟରକୁ ଏହା କହି ବିଦାୟ ନେଇଥିଲେ ଯେ , ସେ ନିଜକୁ ଏବେ ବଦଳେଇବାକୁ ଚେଷ୍ଟା କରିବେ ।

ଏମିତି ଲାଗୁନି ଯେ, ଏତେ ଦିନପରେ ମଧ୍ୟ ରାମୁଙ୍କ ମନୋବୃତ୍ତିରେ କିଛି ପରିବର୍ତ୍ତନ ଆସିଛି । ରାମୁ ଟ୍ୱିଟ୍ ରୁ ସିନା ଦୂରେଇ ଗଲେ , ହେଲେ ଫେସବୁକରେ ପୁଣି ନିଜର ପୁରୁଣା ଅନ୍ଦାଜକୁ ଆରମ୍ଭ କରିଦେଇଛନ୍ତି । ମଙ୍ଗଳବାର ଦିନ ସେ ଫେସବୁକରେ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି । ସେଥିରୁ ଗୋଟିଏ ଫଟୋରେ ନିର୍ମାତା-ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କୁ ଜୋର୍ ରେ ଜାବୁଡ଼ି ଧରି ଗାଲରେ ଚୁମ୍ବନ ଦେବାର ନଜର ଆସିଛନ୍ତି । ଦ୍ୱିତୀୟ ଫଟୋରେ ଅନୁରାଗ ତାଙ୍କୁ ଚୁମ୍ବନ ଦେଉଛନ୍ତି । ଏଇ ଫଟୋ ଏବେ ଭାଇରାଲ ସାଜିଛି ।