ଯୋଗ ମୁଦ୍ରାରେ ଯୋଗୀ ! ଯୋଗଗୁରୁ ବାବା ରାମଦେବଙ୍କ ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଯୋଗାଭ୍ୟାସ

19

କନକ ବ୍ୟୁରୋ: ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପୂର୍ବରୁ ଲକ୍ଷ୍ନୌରେ ଏହାର ଜୋରସୋରରେ ପ୍ରସ୍ତୁତି ଚାଲିଛି । ରାଜଭବନରେ ଯୋଗ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତେବେ ଆଜି ସକାଳୁ ସକାଳୁ ଯୋଗଗୁରୁ ବାବା ରାମଦେବଙ୍କ ସହ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଓ ରାଜ୍ୟପାଳ ରାମ ନାଇକ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଯୋଗାଭ୍ୟାସ କରିଛନ୍ତି ।

ୟୁପି ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ସମେତ ଅନେକ ଲୋକ ଏଥିରେ ଭାଗନଇଥିଲେ । ବିଭିନ୍ନ ଯୋଗ ସଙ୍ଗଠନ, ରାଜ୍ୟର ବହୁ ନେତା ମନ୍ତ୍ରୀ ଓ ପୁଲିସ ଅଧିକାରୀମାନେ ମଧ୍ୟ ସାମିଲ ହୋଇଥିଲେ । ଅନ୍ତରାଷ୍ଟ୍ରୀୟ ଯୋଗଦିବସ ଅବସରରେ ଅର୍ଥାତ ଜୁନ ୨୧ ତାରିଖରେ ଲକ୍ଷ୍ନୌ ‘ରମାବାଇ ଆମ୍ବେଦକର ପାର୍କ’ରେ ଯୋଗର ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଉପସ୍ଥିତ ରହିବେ ।