ମଝି ରାତିରେ ଖୋଲିବ ଶ୍ରୀମନ୍ଦିର ! ସକାଳ ୬ଟା ସୁଦ୍ଧା ମହାପ୍ରଭୁଙ୍କ ରକ୍ଷାବନ୍ଧନ ନୀତି ହେବ ସମ୍ପନ୍ନ

31

କନକ ବ୍ୟୁରୋ : ମଝି ରାତିରେ ଖୋଲିବ ଶ୍ରୀମନ୍ଦିର । କାଲି ଚନ୍ଦ୍ରଗ୍ରହଣ ପଡୁଥିବାରୁ ଦିନ ୧୨ଟା ସୁଦ୍ଧା ସମସ୍ତ ଦେବନୀତି ସାରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଜି ରାତିରେ ଶୀଘ୍ର ପହଡ କରାଯାଇ ରାତି ୧୨ଟାରେ ଅର୍ଥାତ୍ ମଧ୍ୟରାତ୍ରିରେ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ହେବ । ଆଉ ସକାଳ ୬ଟା ସୁଦ୍ଧା ମହାପ୍ରଭୁଙ୍କ ରକ୍ଷାବନ୍ଧନ ନୀତି ବି ସମ୍ପନ୍ନ ହେବ । ରାତି ୪ଟା ୪୫ରେ ଅବଢା ବାହାରିବା ସ୍ଥିର ହୋଇଛି ।