ବିବାହ କରିବାକୁ ଯାଉଛନ୍ତି କଂଟ୍ରୋଭର୍ସି କୁଇନ୍ ରାକ୍ଷୀ ସାୱନ୍ତ : ସୋସିଆଲ ମିଡିଆରେ ସେୟାର କଲେ ୱେଡିଙ୍ଗ କାର୍ଡ

ଦୀପକ କଲାଲଙ୍କ ହାତ ଧରିବେ ରାକ୍ଷୀ ।

314

ବିବାହ କରିବେ କଂଟ୍ରୋଭର୍ସି କୁଇନ୍ ରାକ୍ଷୀ ସାୱନ୍ତ । ଦୀପକ କଲାଲଙ୍କ ହାତ ଧରିବେ ରାକ୍ଷୀ । ବଲିଉଡ ଜଗତରେ ବିରୁସ୍କା, ଦୀପ-ବୀର ଓ ନିକ ଜୋନାସଙ୍କ ବିବାହକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ରାକ୍ଷୀ ଆଣିଛନ୍ତି ଏକ ଚର୍ଚ୍ଚ କଲା ପରି ଖବର । ବିବାହ ନେଇ ରାକ୍ଷୀ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଖାଲି ବିବାହ ତାରିଖ ନୁହେଁ, ବିବାହ ଡେଷ୍ଟିନେସନ ମଧ୍ୟ ସ୍ଥିର ହୋଇସାରିଛି । ଆସନ୍ତା ୩୧ ତାରିଖରେ ଆମେରିକାର ଲଂସ୍ ଆଂଜେଲସରେ ରାକ୍ଷୀ ଓ ଦୀପକ ପରସ୍ପରର ହାତ ଧରିବେ । ବିବାହ କାର୍ଡ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ମ୍ୟାରେଜର ସମସ୍ତ ଭେନ୍ୟୁ ସ୍ଥାନ ପାଇଛି । ଏନେଇ ଖୋଦ ରାକ୍ଷୀ ନିଜ ଟୁଇଟର ଆକାଉଁଟ ଜାରିଆରେ ସୂଚନା ଦେଇଛନ୍ତି । ରାକ୍ଷୀ ଟୁଇଟ କରି ଏହି ବିବାହ କାର୍ଯ୍ୟକ୍ରମରେ ସାମିଲ ହେବାକୁ ସମସ୍ତଙ୍କୁ ନିମନ୍ତ୍ରଣ କରିଛନ୍ତି ।

ଆରମ୍ଭ ହେଲାଣି ଚଳିତ ବର୍ଷର ଅନ୍ୟତମ ବହୁ ପ୍ରତିକ୍ଷିତ ବାହାଘରର ପ୍ରସ୍ତୁତି । ମୁମ୍ବାଇର ପୂର୍ବ ପ୍ରସ୍ତୁତି ଶେଷ କରି ପପୁଲାର ଯୋଡି ପ୍ରିୟଙ୍କା ଓ ନିକ ବାହାଘର ପାଇଁ ଏବେ ଯୋଧପୁରରେ ପହଂଚିଛନ୍ତି । କେବଳ ୧୫ଜଣ ସଦସ୍ୟଙ୍କୁ ନେଇ ରାଜସ୍ଥାନରେ ପହଂଚିଛନ୍ତି ଚୋପ୍ରା ଓ ଜୋନସ ପରିବାର ।