ପୋଲିସର ବାରଣ ସତ୍ୱେ ମଧ୍ୟ କମିନାହିଁ କିକି ଚ୍ୟାଲେଞ୍ଜ ନିଶା ! ପୁଣି ଚଳନ୍ତା ଗାଡିରୁ ଓହ୍ଲାଇ କିକି ଚ୍ୟାଲେଞ୍ଜ କଲେ ଅଭିନେତ୍ରୀ ।

79

ସୋସିଆଲ୍ ମିଡିଆରେ କିକି ଚ୍ୟାଲେଞ୍ଜର ଭିଡିଓ ଏତେ ମାତ୍ରାରେ ପହଞ୍ଚିଲା ଯେ ହଲିଉଡରୁ ଆରମ୍ଭ କରି ବଲିଉଡ୍ ଏବଂ ଓଡିଶାରେ ମଧ୍ୟ ଏହି ଚ୍ୟାଲେଞ୍ଜର ନିଶା ଦେଖିବାକୁ ମିଳୁଛି । ତେବେ ଏହି ଚ୍ୟାଲେଞ୍ଜକୁ ଯେତେବେଳେ ସବୁ ଗ୍ରହଣ କରୁଛନ୍ତି ତେବେ ବଲିଉଡରେ ସବୁବେଳେ ଚର୍ଚ୍ଚାରେ ରହିଥିବା ଅଭିନେତ୍ରୀ କେମିତି ପଛରେ ପଡିଯିବେ । ଡ୍ରାମା କୁଇନ୍ ତଥା କଣ୍ଟ୍ରୋଭର୍ସିରେ ପ୍ରଥମ ସ୍ଥାନ ରଖିଆସୁଥିବା ବୋଲ୍ଡ ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଏବେ କିକି ଚ୍ୟାଲେଞ୍ଜ କରି ଚର୍ଚ୍ଚାରେ ରହିଛନ୍ତି । ଚଳନ୍ତା ଗାଡିରୁ ଓହ୍ଲାଇ ରାକ୍ଷୀ ଡ୍ୟାନ୍ସ କରିବାରେ ଲାଗିପଡୁଛନ୍ତି । ସୋସିଆଲ ମିଡିଆରେ ରାକ୍ଷୀଙ୍କ କିକି ଚ୍ୟାଲେଞ୍ଜ ଭିଡିଓ ଭାଇରାଲ ହେବାରେ ଲାଗିଛି । ସାରା ବିଶ୍ୱରେ ଚାଲିଥିବା କିକି ଚ୍ୟାଲେଞ୍ଜକୁ ଗ୍ରହଣ କରି ବଲିଉଡ ହଟ ସେନସେସନ ରାକ୍ଷୀ ସାୱନ୍ତ ଏହି ଭିଡିଓ ପୋଷ୍ଟ କରିଛନ୍ତି ।

ତେବେ ପୋଲିସର ବାରଣ ସତ୍ୱେ ମଧ୍ୟ ଅଭିନେତ୍ରୀଙ୍କର ଏଭଳି ଡ୍ୟାନ୍ସକୁ ସୋସିଆଲ୍ ମିଡିଆରେ କିଛି ଲୋକ ଆପତ୍ତି ଉଠାଇଛନ୍ତି । ଏହା ପୂର୍ବରୁ ବଲିଉଡରେ ଆଦା ଶର୍ମା,ନୋରା ଫତେହି ମଧ୍ୟ କିକି ଚ୍ୟାଲେଞ୍ଜକୁ ଗ୍ରହଣ କରିସାରିଛନ୍ତି ।