ପୁଣି ଚର୍ଚ୍ଚାରେ ବିବାଦୀୟ ଆଇଟମ୍ ଗର୍ଲ ରାକ୍ଷୀ ସାୱନ୍ତ । ବିଦେଶ ଯିବାକୁ ସୋସିଆଲ ମିଡ଼ିଆରେ ପ୍ରଧାନମନ୍ତ୍ରୀଙ୍କୁ ମାଗିଲେ ପ୍ରାଇଭେଟ୍ ଜେଟ୍, ଆରମ୍ଭ ହେଲା ଚର୍ଚ୍ଚା…
କନକ ବ୍ୟୁରୋ: ସାରା ବିଶ୍ୱକୁ ଘାରିଛି କରୋନା ଭୟ । ଏପରି ସମୟରେ ବିଦେଶରେ ଥିବା ଭାରତୀୟ ନିଜ ଦେଶକୁ ଚାଲି ଆସିବାକୁ ଚାହୁଁଛନ୍ତି । ସରକାର ମଧ୍ୟ ସ୍ୱତନ୍ତ୍ର ବିମାନ ଯୋଗେ ବିଦେଶରେ ଥିବା ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣୁଛନ୍ତି । ହେଲେ ଏମିତି ବି କିଛି ଲୋକ ଅଛନ୍ତି ଯେଉଁମାନେ ବିଦେଶ ଉଡିଯିବାକୁ କହୁଛନ୍ତି । ସେହେଲେ ବିବାଦୀୟ ଆଇଟମ ଅଭିନେତ୍ରୀ ରାକ୍ଷୀ ସାୱନ୍ତ । ସୋସିଆଲ ମିଡିଆରେ ଭିଡିଓ ସେୟାର କରି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ପ୍ରାଇଭେଟ୍ ଜେଟ୍ ମାଗିଛନ୍ତି ରାକ୍ଷୀ ସାୱନ୍ତ ।
Kanak News is now on WhatsApp
Join and get latest news updates delivered to you via WhatsApp
ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ସେୟାର କରି ରାକ୍ଷୀ ସାୱନ୍ତ କହିଛନ୍ତି ସେ ବି ନିଜ ସ୍ୱାମୀଙ୍କ ପାଖକୁ ଯିବାକୁ ଚାହୁଁଛନ୍ତି । ଯାହା ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଖରେ ଅପିଲ କରି କହିଛନ୍ତି, ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରାଇଭେଟ୍ ଜେଟ୍ ଦିଆଯାଉ । ଯେଉଁଥିରେ ସେ ଭାରତ ବାହାରକୁ ଉଡି ପଳେଇବେ ନିଜ ସ୍ୱାମୀଙ୍କ ନିକଟକୁ ।
ଦେଶରେ ଲକଡାଉନ ଅବଧି ୩ ମେ ପର୍ଯ୍ୟନ୍ତ ବଢିବା ପରେ ମୁମ୍ବାଇ ବାନ୍ଦ୍ରାରେ ଦେଖିବାକୁ ମିଳିଥିଲା ଶତାଧିକ ଶ୍ରମିକଙ୍କ ଗହଳି । ନିଜ ନିଜ ଘରକୁ ଫେରିବାକୁ ଚାହୁଁଥିବା ଏହି ଶ୍ରମିକଙ୍କୁ ନେଇ ସାରା ଦେଶରେ ଉଦବେଗ ପ୍ରକାଶ ପାଇଥିଲା । ଯେଉଁଠି ଲୋକେ ଏହି ଦୃଶ୍ୟକୁ ସୋସିଆଲ ମିଡିଆରେ ଦେଖିବା ପରେ ଦୁଃଖ ପ୍ରକାଶ କରିଥିଲେ, ସେଠାରେ ବଲିଉଡ୍ର ବିବାଦୀୟ ଆଇଟମ୍ ନାୟିକା ରାକ୍ଷୀ ସାୱନ୍ତ କିଛି ଭିନ୍ନ ପ୍ରତିରକ୍ଷା ରଖିଛନ୍ତି । ଘରୁ କାହିଁକି ବାହାରି ଶ୍ରମିକମାନେ ଭିଡ ଜମାଇଛନ୍ତି ସେ ନେଇ ରାଗ ଦେଖାଇଛନ୍ତି ନାୟିକା ।
ରାକ୍ଷୀ ସାୱନ୍ତ ସବୁବେଳେ ସୋସିଆଲ ମିଡିଆରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଥାନ୍ତି । ଏବେ କରୋନା ପରିସ୍ଥିତିକୁ ନେଇ ମଧ୍ୟ ଅନେକ ଭିଡିଓ ସେୟାର କରୁଛନ୍ତି ଏହି ନାୟିକା । ଆଉ ତାଙ୍କର ଏହି ସବୁ ଭିଡିଓରେ ଫଲୋଅର୍ସମାନେ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି ।