ଗୋଟିଏ ଦିନ, ଗୋଟିଏ ସେୟାର । ଲାଭ ଦେଲା ୮୭୫ କୋଟି, ଜାଣନ୍ତୁ କାହାକୁ ମିଳିଲା

89

ରାକେଶ ଝୁନଝୁନୱାଲା । ସେୟାର ବଜାରର ବେତାଜ ବାଦଶାହା । ଦୀର୍ଘ ଦିନ ଧରି ସେୟାର ବଜାରରେ ରାଜ କରି ଆସୁଛନ୍ତି ରାକେଶ । ଆଜି ପର୍ଯ୍ୟନ୍ତ ତାଙ୍କର କୌଣସି ସେୟାରରେ କ୍ଷତି ହୋଇନାହିଁ । କିନ୍ତୁ ଏବେ ସେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । କାରଣ ମାତ୍ର ଗୋଟିଏ ସେୟାର ତାଙ୍କୁ ଦେଇଛି ୮୭୫ କୋଟି ଟଙ୍କାର ମୁନାଫା । ଗତ ଶୁକ୍ରବାର ରାକେଶଙ୍କ କମ୍ପାନି ତରଫରୁ ସେପ୍ଟେମ୍ବର ତ୍ରୈମାସିକର ଲାଭାଂଶ ରିପୋର୍ଟ ପ୍ରକାଶ ପାଇଥିଲା । ଏହି ରିପୋର୍ଟ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ ସେପ୍ଟେମ୍ବର ମାସରେ ମାତ୍ର କିଛି ଘଣ୍ଟା ମଧ୍ୟରେ ରାକେଶ ପ୍ରାୟ ସେୟାର ବିକ୍ରିରୁ ୮୭୫ କୋଟି ଟଙ୍କାର ଲାଭ ହୋଇଥିଲା ।

rakesh-jhunjhunwala_660_100616021350ମାତ୍ର ୬୦ ଟଙ୍କାରେ ସେୟାର କିଣିଥିବା ରାକେଶ ଏବେ ପ୍ରାୟ ୧୦ ହଜାର କୋଟିରୁ ଉଦ୍ଧ୍ୱର୍ ସେୟାରର ମାଲିକ । ଏକ ଇଣ୍ଟରଭ୍ୟୁରେ ରାକେଶ କହିଥିଲେ, ଟାଟା ଟିର ସେୟାର ବିକ୍ରି କରି ପ୍ରଥମେ ସେ ସବୁଠାରୁ ଅଧିକ ଟଙ୍କା ଲାଭ କରିଥିଲେ । ତେଣୁ ଟାଟା ସେୟାର ତାଙ୍କର ସବୁଠାରୁ ପ୍ରିୟ । ଗୋଟିଏ ସମୟରେ ସେ ଟାଟା ଟି ର ୫ ହଜାର ସେୟାର ଏକାଥରକେ ୪୩ ଟଙ୍କା ହିସାବରେ କିଣିଥିଲେ । ତେବେ ଏହି ସେୟାର କିଣିବା ପରେ ତାଙ୍କ ଉପରେ ଲକ୍ଷ୍ମୀଙ୍କର କୃପାଦୃଷ୍ଟି ପଡିଥିଲା । କିଛି ଦିନ ସେହି ସେୟାର ଗୁଡିକ ରଖିବା ପରେ ୪୩ ଟଙ୍କାର ସେୟାରକୁ ୧୪୩ ଟଙ୍କା ଲେଖାଏଁ ପ୍ରତି ସେୟାରର ମୂଲ୍ୟରେ ବିକ୍ରି କରିଥିଲେ । ତେବେ ଏଥିରୁ ଯାହା ବି ଲାଭାଂଶ ମିଳିଥିଲା ତାହାକୁ ପୁଣି ଟାଟା ଟି ସେୟାର କିଣିବାରେ ଖର୍ଚ୍ଚ କରିଥିଲେ ।

ତେବେ ସେପ୍ଟେମ୍ବରରେ ସତେ ଯେମିତି ତାଙ୍କ ଉପରେ ଧନଲକ୍ଷ୍ମୀଙ୍କର ଶୁଭଦୃଷ୍ଟି ପଡିଥିଲା । କେବଳ ଟାଇଟନର ସେୟାର ବିକ୍ରି କରି ସେ ୮୭୫ କୋଟି ଟଙ୍କା ଲାଭ କରିଥିଲେ । ସ୍ରୋର ବଜାରରେ ସେ କିଣିଥିବା ଟାଇଟନ ସେୟାର ରାଜ କରିଥିଲା । ଯାହା ତାଙ୍କୁ କୋଟି କୋଟି ଟଙ୍କା ଲାଭ ଦେଇଥିଲା । ଏକାଥରେକେ ଟାଇଟନ କ୍ୟୁ-୨ ସେୟାରରେ ୧୯ ପ୍ରତିଶତ ବୃଦ୍ଧି ହୋଇଥିଲା ।

ଶୁକ୍ରବାର ସେପ୍ଟମ୍ବର କ୍ୱାର୍ଟରର ରିପୋର୍ଟ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଟାଇଟନ ସେୟାରରୁ ୨୦ ପ୍ରତିଶତରୁ କମ ଲାଭ ମିଳିବ ବୋଲି କମ୍ପାନି ଆଶା ରଖିଥିଲା । କିନ୍ତୁ ସବୁ ଆଶାକୁ ଭୂଲ ପ୍ରମାଣିତ କରି ଟାଇଟନ ରାକେଶଙ୍କୁ ଦେଇଥିଲା ୮୭୫ କୋଟି ଟଙ୍କାର ଲାଭ । ଏହାଦô୍ାରା ସବୁ ସେୟାରରୁ ମୋଟ ୩୪୭୩ କୋଟି ଟଙ୍କାର ଲାଭ ହାତେଇଛନ୍ତି ରାକେଶ । ଯାହା ପୂର୍ବବର୍ଷ ତୁଳନାରେ ୨୯ ପ୍ରତିଶତ ଅଧିକ । କିନ୍ତୁ ଏତିକି ଲାଭରେ ମଧ୍ୟ ରାକେଶଙ୍କ ମନ ବୁଝି ନାହିଁ । ପୁଣିଥରେ ଏହି ସେୟାରକୁ ସେୟାର ବଜାରରେ ନିବେଶ କରିଛନ୍ତି ରାକେଶ ।

୨୦୦୨-୦୩ ମସିହାରେ ୬ କୋଟିର ସେୟାର ମାତ୍ର ୩ ଟଙ୍କା ମୂଲ୍ୟରେ କିଣିଥିବା ବେଳେ ଏବେ ଏହା ୬୨୩ ଟଙ୍କାରେ ପହଞ୍ଚିଛି । ଏକ ଇଣ୍ଟରଭ୍ୟୁରେ ରାକେଶ କହିଥିଲେ, ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାତ୍ର ୧୦୦୦ ଟଙ୍କା ଥିବା ବେଳେ ମଧ୍ୟ ସେ କୋଟି କୋଟି ଟଙ୍କାର ଡିଲ କରିଥାନ୍ତି । କାରଣ ସେ ନିଜ ଉପରେ ଅଧିକ ବିଶ୍ୱାସ କରିଥାନ୍ତି । ତେଣୁ ସେ ଜୀବନରେ କେବେ ହାରର ସାମ୍ନା କରିନାହାନ୍ତି ।